ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି
by Argus News
Thu, Oct 24 | 8:28 p.m.

ଅର୍ଗସ ବ୍ୟୁରୋ: ସ୍ଥଳ ଭାଗ ମୁହାଁ ବାତ୍ୟା। ସଚିବାଳୟରେ ଘନ ଘନ ବୈଠକ । ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମନ୍ତ୍ରୀ ବିଭାଗୀୟ ସଚିବ ଓ ଜିଳ୍ଲପାଳ ଙ୍କ  ସହ ଆଲୋଚନା କରି ପ୍ରସ୍ତୁତି ବିଷୟରେ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି 11 ଜିଲ୍ଲାର 38 ବ୍ଲକ ରେ ଥିବା 1653 ପଞ୍ଚାୟତ ଓ 9 ପୌରାଞ୍ଚଳ ପ୍ରଭାବିତ ହେବ । ଯାହାକୁ ଦୃଷ୍ଟିରେ ରଖି 3 ଲକ୍ଷ 62 ହଜାର କୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗାଈ ଗୋରୁ ଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଉଛି । ଯେଉଁମାନେ ସ୍ଥାନାନ୍ତରିତ ହୋଇ ଆସିଛନ୍ତି ସେମାନଙ୍କୁ 7285 ବାତ୍ୟା ଆଶ୍ରୟ ସ୍ଥଳୀରେ ରଖା ଯାଇଛି । 

ଯେଉଁଥିରେ 842 ଟି ବହୁ ମୁଖି ଓ 6043 ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି  । ସେହିପରି 2 ହଜାର 338 ଗର୍ଭବତୀ ଙ୍କୁ ମେଡିକାଲ ସ୍ଥାନାନ୍ତିରତ କରାଯାଇଛି  । ବାତ୍ୟା ମୁକାବିଲା ପାଇଁ NDRFର 19ଟି  ଟିମ ,ଓଡ୍ରାଫର 51,ଅଗ୍ନିଶମର 220 ଟିମ ଓ 158 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି | ଗାଁ ରେ ପୋଲିସ ପେଟ୍ରୋଲିଙ୍ଗ ହେଉଛି |  | ହସ୍ପିଟାଲ ରେ ବ୍ୟାପକ ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା ହୋଇଛି | ବାତ୍ୟା ଲ୍ୟାଣ୍ଡ ପଲ ପରେ ବିଦ୍ୟୁତ ସଂଯୋଗ ପାଇଁ ଟିମ ପ୍ରସ୍ତୁତ ଅଛି | 11 ଟି ଜିଲ୍ଲା କୁ ସଚିବ ସ୍ତରୀୟ IAS ମାନେ ପ୍ରଭାବିତ ଜିଲ୍ଲାର ଗାଁ କୁ ଯାଇ ତଦାରଖ କରୁଛନ୍ତି | 

ସେପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ରେ ବାତ୍ୟା ର ପ୍ରବାବ ବେଶୀ ରହିବ ତେଣୁ ସେହି ଜିଲ୍ଲା ରେ ସ୍ଥାନାନ୍ତରିତ ପ୍ରକ୍ରିୟା ବେଶୀ କରାଯାଇଛି । 300 ରେସକ୍ୟୁ ଟିମ ର ସହଯୋଗ ସହ ଭୋଜନ ର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । 

ଅନ୍ୟପଟେ ପ୍ରାଣୀ ସମ୍ପଦ ମନ୍ତ୍ରୀ କହିଛନ୍ତି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ 60 ହଜାର ପଶୁଙ୍କୁ ଆଶ୍ରୟ ସ୍ଥଳୀକୁ ଅଣାଯିବା ପାଇଁ ବ୍ୟବସ୍ଥା ହୋଇଛି  । 1 ହଜାର ଗାଈଗୋରୁ ଆଶ୍ରୟ ସ୍ଥଳୀ ହୋଇଛି । 1 ହଜାର ଟନ୍ କୁଣ୍ଡା, ଶୁଖିଲା ଖାଦ୍ୟ, ଘାସ ବ୍ୟବସ୍ଥା ହୋଇଛି । ପଶୁ ଅସୁସ୍ଥ ବା ଆଘାତ ହେଲେ 1962କୁ ଯୋଗାଯୋଗ କରନ୍ତୁ । 166 ଟି ମୋବାଇଲ ଭେଟ୍ରେନାରୀ ୟୁନିଟ ଭ୍ୟାନ ବ୍ୟବସ୍ଥା ହୋଇଛି । 294 ଭେଟନାରୀ ଅଧିକାରୀ ପ୍ରସ୍ତୁତ ଅଛନ୍ତି। 
202 ଟି ରାପିଡ଼ ରେସ୍ପନ ଟିମ ପ୍ରସ୍ତୁତ ଅଛନ୍ତି । ଲାଇଭ ସେଭିଂ ଟିମ 14 ଟି ଜିଲ୍ଲାରେ ଅଛନ୍ତି । 1862 ଲାଇଭ ଷ୍ଟକ ଇନିସ୍ପେକ୍ଟର ପ୍ରସ୍ତୁତ ଅଛନ୍ତି । ସାଗର ମିତ୍ର ମାନେ ମତ୍ସ୍ୟଜିବୀ ଏବଂ ଲୋକଙ୍କୁ ସମୁଦ୍ରକୁ ନଯିବା ପାଇଁ ବାର୍ତ୍ତା ଦେବା ସହ ସୁରକ୍ଷିତ ଜାଗାକୁ ଆଣିବାକୁ କାମ କରୁଛନ୍ତି । ପଘାରେ ଗାଈ ଗୋରୁଙ୍କୁ ନବାନ୍ଧି ଉଚ୍ଚ ସ୍ଥାନକୁ ଆଣିବା ପାଇଁ ନିବେଦନ କଲେ ପ୍ରାଣୀ ସମ୍ପଦ ମନ୍ତ୍ରୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାତ୍ୟା ମୁକାବିଲା
ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କର
CYCLONE DANA
ରାତି 3 ଟାରୁ ଭୋର୍ ମଧ୍ୟରେ ହୋଇଯିବ ଲ୍ୟାଣ୍ଡଫଲ୍
ଅର୍ଗସ ବ୍ୟୁରୋ: ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଆଜି ରାତି ଘଡିସନ୍ଧି ମୁହୂର୍ତ୍ତ । ଧୀରେ ଧୀରେ ବଢୁଛି ବର୍ଷା ଓ ପବନ । ଅଶାନ୍ତ ହେଉଛି ସମୁଦ୍ର । ପାଣିପାଗ ବିଭାଗର ଆକଳ ଅନୁଯାୟ
ବାତ୍ୟା ମୁକାବିଲା ପାଇଁ
ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି
ଅର୍ଗସ ବ୍ୟୁରୋ: ସ୍ଥଳ ଭାଗ ମୁହାଁ ବାତ୍ୟା। ସଚିବାଳୟରେ ଘନ ଘନ ବୈଠକ । ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମନ୍ତ୍ରୀ ବିଭାଗୀୟ ସଚିବ ଓ ଜିଳ୍ଲପାଳ ଙ୍କ ସହ ଆଲୋଚନ