ରାତି 3 ଟାରୁ ଭୋର୍ ମଧ୍ୟରେ ହୋଇଯିବ ଲ୍ୟାଣ୍ଡଫଲ୍
by Argus News
Thu, Oct 24 | 8:57 p.m.

ଅର୍ଗସ ବ୍ୟୁରୋ: ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଆଜି ରାତି ଘଡିସନ୍ଧି ମୁହୂର୍ତ୍ତ । ଧୀରେ ଧୀରେ ବଢୁଛି ବର୍ଷା ଓ ପବନ । ଅଶାନ୍ତ ହେଉଛି ସମୁଦ୍ର । ପାଣିପାଗ ବିଭାଗର ଆକଳ ଅନୁଯାୟୀ ରାତି 3 ଟାରୁ ଭୋର୍ ମଧ୍ୟରେ ହୋଇଯିବ ଲ୍ୟାଣ୍ଡଫଲ୍ । ଅଧିକ ପ୍ରଭାବିତ ହୋଇପାରେ କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର । ବାତ୍ୟା ମୁକାବିଲା ପାଇଁ NDRF ପ୍ରସ୍ତୁତ ରହିଛି । କାଲି ପର୍ଯ୍ୟନ୍ତ 7 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍ ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ । 3 ଜିଲ୍ଲାରେ 1 ରୁ 2 ମିଟର ପର୍ଯ୍ୟନ୍ତ ଜୁଆର ଆସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । 

ପାରାଦୀପ ଠାରୁ 150 କି.ମି ଦୂରରେ ରହିଛି ବାତ୍ୟା ଦାନା । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ହେଉଛି ‘ଦାନା’ । ଗତ ୬ ଘଣ୍ଟାରେ ୧୦ କି.ମି ବେଗରେ ଗତି କରୁଛି । ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କି.ମି ଦୂରରେ ବାତ୍ୟା । ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୧୮୦ କିମି ଦୂରରେ ଅବସ୍ଥିତି । ସାଗର ଦ୍ବୀପର ଦକ୍ଷିଣକୁ ୨୫୦ କି.ମି ଦୂରରେ ରହିଛି । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବା ନେି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ତେବେ ବର୍ତ୍ତମାନ ସୁଦ୍ଧା 23 ମିମି ବର୍ଷା କେନ୍ଦ୍ରାପଡାରେ ରେକର୍ଡ ହୋଇଛି । ଯାହା ସବୁଠୁ ଅଧିକ ।  ସେହିପରି ଜଗତସିଂହପୁରରେ 13 ମିମି ,  ଯାଜପୁରରେ 12 ମିମି ଓ ବାଲେଶ୍ୱର 8.9 ମିମି ବର୍ଷା ରେକର୍ଡ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । 

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁଯାୟୀ, ଏଥର ବାତ୍ୟାର ଆଖି ହେବନି । ବାତ୍ୟା ଅଧିକ ଶକ୍ତିଶାଳୀ ହେଲେ ତାର ଆଖି ସୃଷ୍ଟି ହୋଇଥାଏ । କିନ୍ତୁ ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ସୃଷ୍ଚି ହୋଇନାହିଁ । 

ସେପଟେ ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ରେସକ୍ୟୁ-ରିଲିଫି-ରିଷ୍ଟ୍ରୋରେସନ । ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମନ୍ତ୍ରୀ ବିଭାଗୀୟ ସଚିବ ଓ ଜିଳ୍ଲପାଳ ଙ୍କ ଆଲୋଚନା କରି ପ୍ରସ୍ତୁତି ବିଷୟରେ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି 11 ଜିଲ୍ଲାର 38 ବ୍ଲକ ରେ ଥିବା 1653 ପଞ୍ଚାୟତ ଓ 9 ପୌରାଞ୍ଚଳ ପ୍ରଭାବିତ ହେବ । ଯାହାକୁ ଦୃଷ୍ଟିରେ ରଖି 3 ଲକ୍ଷ 62 ହଜାର କୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟାର ପ୍ରବାବ ବେଶୀ ରହିବ ତେଣୁ ସେହି ଜିଲ୍ଲା ରେ ସ୍ଥାନାନ୍ତରିତ ପ୍ରକ୍ରିୟା ବେଶୀ କରାଯାଇଛି । 300 ରେସକ୍ୟୁ ଟିମ୍ ର ସହଯୋଗ ସହ ଭୋଜନର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।


 

ଜଷ୍ଟିସ ସଞ୍ଜୀବ ଖାନ୍ନା
now
ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ CJI
ଅର୍ଗସ ବ୍ୟୁରୋ: ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୧୧ର
ବାତ୍ୟା ମୁକାବିଲା
ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କର
CYCLONE DANA
ରାତି 3 ଟାରୁ ଭୋର୍ ମଧ୍ୟରେ ହୋଇଯିବ ଲ୍ୟାଣ୍ଡଫଲ୍
ଅର୍ଗସ ବ୍ୟୁରୋ: ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଆଜି ରାତି ଘଡିସନ୍ଧି ମୁହୂର୍ତ୍ତ । ଧୀରେ ଧୀରେ ବଢୁଛି ବର୍ଷା ଓ ପବନ । ଅଶାନ୍ତ ହେଉଛି ସମୁଦ୍ର । ପାଣିପାଗ ବିଭାଗର ଆକଳ ଅନୁଯାୟ