ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ CJI
by Argus News
Thu, Oct 24 | 10:59 p.m.

ଅର୍ଗସ ବ୍ୟୁରୋ:  ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୧୧ରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ ଖାନ୍ନା ।

ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ସରିବା ପରେ ଜଷ୍ଟିସ ଖାନ୍ନା ହେବେ ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି । 

ତେବେ ତାଙ୍କ କାର୍ଯ୍ୟକାଳ ରହିବ ୬ ମାସ । ଆସନ୍ତା ନଭେମ୍ବର ୧୦ରେ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଅବସର ନେବେ । ନଭେମ୍ବର ୧୧ରେ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ । ତେବେ ଆସନ୍ତା ବର୍ଷ ମେ ୧୩ରେ ତାଙ୍କର କାର୍ଯ୍ୟକାଳ ସରିବ । ଜଷ୍ଟିସ ଖାନ୍ନାଙ୍କ ନାଁ ସୁପାରିସ କରି କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼। 
 

CYCLONE UPDATE
42m ago
'ଦାନା' ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଉପକୂଳରେ ମାଡ ହେଲା ବାତ୍ୟା ଦାନା । ଦାନା ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । 5 ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଭୋର
CYCLONE DANA
55m ago
ରାତି 1 ରୁ 2 ଭିତରେ ଲ୍ୟାଣ୍ଡଫଲ୍ ସମ୍ଭାବନା - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ମଧ୍ୟ ରାତ୍ରରେ ଭିତରକନିକାରେ ଲ୍ୟାଣ୍ଡଫଳ କରିବାର ସମ୍ଭାବନା ଅଛି । ରାତି 1 ରୁ 2 ଭିତର
ବାତ୍ୟା ଦାନା
ବଢୁଛି ହାର୍ଟବିଟ୍ ; ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା
ଅର୍ଗସ ବ୍ୟୁରୋ: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା । ପାରାଦୀପଠାରୁ ୫୦ କିମି ଦୂରରେ ରହିଛି ବାତ୍ୟା । ଧାମରା ଠାରୁ ୬୦ କିମି ଦୂରରେ ରହିଛି ବାତ୍ୟା । ଘଣ୍ଟାକୁ ୧୩ କିମ