ସରିଲା ଲ୍ୟାଣ୍ଡଫଲ୍ , କେମିତି ଥିଲା ଦୃଶ୍ୟ ଦେଖନ୍ତୁ ଭିଡିଓ...
by Argus News
Fri, Oct 25 | 8:14 a.m.

ଅର୍ଗସ ବ୍ୟୁରୋ: ବାତ୍ୟା 'ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଦୁର୍ବଳ ହେଉଛି ବାତ୍ୟା ଦାନା । ଧିରେ ଧିରେ କମୁଛି ପବନର ବେଗ । 

କେନ୍ଦ୍ରାପଡାର ହବାଳି ଖଟି ନେଚର କ୍ୟାମ୍ପ ନିକଟରେ ରାତି 12ଟା 5 ମିନିଟ୍ ରେ ସ୍ଥଳଭାଗ ଛୁଇଁଥିଲା ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ୍ ପରେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ତାଣ୍ଡବ ରଚୁଛି ବାତ୍ୟା । ତୁହାକୁ ତୁହା ପବନ ସହ ଲଗାଣ ବର୍ଷାରୁ ବେହାଲ ହେଲା ସ୍ଥିତି । କେଉଁଠି ଉଡିଛି ଆଜବେଷ୍ଟସ୍ ତ କେଉଁଠି ଉପୁଡି ପଡିଛି ଗଛ । ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ହୋଇଛି ।

ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ଜାରି ରହିଛି ବାତ୍ୟା ଦାନାର ପ୍ରଭାବ । ଚାନ୍ଦବାଲିରେ ଘଣ୍ଟାପ୍ରତି ୮୨ କିମି ବେଗରେ ବହିଲା ପବନ । ଚାନ୍ଦବାଲିରେର ସର୍ବାଧିକ ୧୩୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପାରାଦୀପରେ ୫୮.୩ ମିଲିମିଟର ଓ  ବାଲେଶ୍ବରର ୪୨.୮ ମିମି ବର୍ଷା ରେକର୍ଡ ହୋଇଛି ।   

 

ଦାନା ପ୍ରଭାବ
17m ago
ଦାନା ପ୍ରଭାବ ; ରାତିରେ ଶୋଇଥିବା ବେଳେ ପଡିଲା ଗଛ, ୧ଗୁରୁତର ଆହତ
ବାଲେଶ୍ବର : ବାତ୍ୟା ଦାନା ପ୍ରଭାବରେ ପ୍ରବଳ ପବନ ଯୋଗୁଁ ଘର ଉପରେ ଭାଙ୍ଗି ପଡ଼ିଲା ଗଛ,ଜଣେ ଗୁରୁତର ଆହତ । ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି, ବାଲିଆପାଳ ବ୍ଲକ ଚୈ।ମୁ
MISSING
ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ
ଅର୍ଗସ ବ୍ୟୁରୋ: ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ । ସୁବର୍ଣ୍ଣରେଖାରେ ଗାଧୋଇବାକୁ ଯାଇ ଜଣେ ନିଖୋଜ ହୋଇଥିବା ସୂଚନା ରହିଛି । ଜଳେଶ୍ବର ବ୍ଲକ ଗଡ଼ସାହି ବାଲିଆପାଳ ଗାଁର ଯୁବକ ନିଖୋ
CYCLONE DANA
speed 10; ସ୍କ୍ରୋଲ୍ କରନ୍ତୁ... ଖବର ପଢନ୍ତୁ...
କେନ୍ଦ୍ରାପଡାର ହବାଳିଖଟି ନେଚର କ୍ୟାମ୍ପ ନିକଟରେ ସ୍ଥଳଭାଗ ଛୁଇଁଲା ଭୀଷଣ ବାତ୍ୟା ଦାନା .... ପ୍ରବଳ ବର୍ଷା ସହ ଜୋରରେ ବହିଲା ପବନ ଲ୍ୟାଣ୍ଡଫଲ୍ ପରେ କେନ୍ଦ୍ରାପଡ଼ା, ଭଦ୍ରକ