ବାତ୍ୟା 'ଦାନା': ନିଜେ ଉପସ୍ଥିତ ରହି ସ୍ଥିତି ପରକ୍ଷିବା ସହ ଟିକି ନିକି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ
by Argus News
Fri, Oct 25 | 12:55 a.m.

ଅର୍ଗସ ବ୍ୟୁରୋ: ଉପକୂଳରେ ମାଡ ହେଲା ବାତ୍ୟା ଦାନା । ଦାନା ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । 5 ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଭୋର୍ ଯାଏ ଚାଲୁ ରହିବ ।  ତେବେ ବାତ୍ୟା ଦାନା ପାଇଁ ରାତି ଅନିଦ୍ରା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । SRC ଅଫିସ୍ ରେ ନିଜେ ଉପସ୍ଥିତ ରହି ସ୍ଥିତି ପରକ୍ଷିବା ସହ ଟିକି ନିକି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ ।  ମଧ୍ୟରାତ୍ରୀରେ ମଧ୍ୟ ବାତ୍ୟା ସ୍ଥିତି ନେଇ ପ୍ରେସ ମିଟ୍ ଜରିଆରେ ସୂଚନା ଦେଇଛନ୍ତି । ବାତ୍ୟା ଦାନା ନେଇ ଭୟବିତ ନହେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି । 


ସଠିକ ଢଙ୍ଗରେ ସମସ୍ତ ବ୍ୟବସ୍ଥା କରାଯାଇଛି ।  10 ଲକ୍ଷ ଟାର୍ଗେଟ ରଖିଥିଲୁ କିନ୍ତୁ ପରବର୍ତ୍ତେ ସମୟରେ ଦିଗ ବଦଳିବାରୁ 3 ଲକ୍ଷ 62 ହଜାର ଲୋକଙ୍କୁ ସ୍ଥାନାନ୍ତରିତ ଲକ୍ଷ୍ୟ ରହିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।  


ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା ।  ସମସ୍ତ ଅଧିକାରୀ ସକ୍ରିୟ ଭାବେ କାମ କରି 5 ଲକ୍ଷ 84 ହଜାର 888 ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି ।  ଏବେ ବି ଚାଲିଛି 4 ଲକ୍ଷ ପାର କରିପାରେ । 8383 ବାତ୍ୟା ଆଶ୍ରୟସ୍ଥଳ କରାଯାଇଛି ।  ଜିଲ୍ଲାରେ ଥିବା ମନ୍ତ୍ରୀ ବିଧାୟକ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛି ।  ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି । କେନ୍ଦ୍ର ସରକାର ପ୍ରସ୍ତୁତ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

CYCLONE UPDATE
49m ago
ବାତ୍ୟା ସମୟରେ ରାଜ୍ୟରେ ୧୬ ଶହ ଗର୍ଭବତୀ କଲେ ପ୍ରସବ
ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଯାଇଛି ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ବଢ଼ୁଛି ପବନର ବେଗ । ଘର ଭିତରେ ପଶିଲାଣି ପାଣି । ଭାଙ୍ଗିଲାଣି ବଡ ବଡ ଗଛ । ଧାମରାରେ ପବନର ବେଗ ବଢ଼ିବାର
CYCLONE DANA
56m ago
ଆଗାମୀ 3 ଘଣ୍ଟା ପାଇଁ ରାଜ୍ୟର 5 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ପାରାଦୀପରେ ସର୍ବାଧିକ ବର୍ଷା 51 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲିରେ 39 ଏବଂ ପୁରୀରେ 4.8
RAID
ମାଲଗୋଦାମରେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅତର୍କିତ ଚଢ଼ାଉ
ଅର୍ଗସ ବ୍ୟୁରୋ: ମାଲଗୋଦାମରେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅତର୍କିତ ଚଢ଼ାଉ । ଶୁଖିଲା ଖାଦ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ଅଭିଯୋଗରେ କଟକ ମାଲଗୋଦାମରେ ଚଢ଼ାଉ କରିଛନ୍ତ