୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ
by Argus News
Thu, Oct 17 | 11:44 a.m.

ଅର୍ଗସ ବ୍ୟୁରୋ: ଓଡ଼ିଶା ଉପକୂଳରେ ବାତ୍ୟା ଆଶଙ୍କା। ୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ୨୨-୨୩ରେ ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ରାଜ୍ୟରେ ୨୩ରୁ ୨୬ ଯାଏଁ ବର୍ଷା ସମ୍ଭାବନା ରହିଛି। ଓଡ଼ିଶାରେ ପୂର୍ବରୁ ଏକାଧିକ ଥର ଅକ୍ଟୋବର ମାସରେ ବଡ଼ ବାତ୍ୟା ହୋଇଛି। ଏଣୁ ଏହି ମାସ ଆସିଲେ ସ୍ବାଭାବିକ ଭାବେ ବାତ୍ୟାକୁ ନେଇ ଛନକା ପଶେ । 

କିଛି ବିଦେଶୀ ମଡେଲ ଚଳିତ ମାସରେ ବାତ୍ୟାକୁ ନେଇ ଆକଳନ କରିଛି । ଚିତ୍ର ସ୍ପଷ୍ଟ ହୋଇନଥିଲେ ବି ଆସନ୍ତା ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୨ ତାରିଖରେ ଲଘୁଚାପ ଓ ୨୩ ତାରିଖରେ ଏହା ଅବପାତରେ ପରିଣତ ହେବ । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅବପାତ ଓଡ଼ିଶା ଉପକୂଳ ମୁହାଁ ହୋଇପାରେ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

ମୁଖ୍ୟମନ୍ତ୍ରୀ
8m ago
ମୁମ୍ବାଇରେ ଇଣ୍ଡିଆ କେମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ କେମ୍-2024ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକଙ୍କୁ ଓଡ଼ିଶାର
ଅବଢା
16m ago
ଚଢା ଦର ଯୋଗୁଁ ବହୁ ଭକ୍ତ କାଳିଆର ଅବଢାରୁ ବଞ୍ଚିତ
ଅର୍ଗସ ବ୍ୟୁରୋ: କାର୍ତ୍ତିକ ଆରମ୍ଭରୁ ମହାପ୍ରସାଦ ଦର ବେଲଗାମ। ଚଢ଼ା ଦରରେ ମହାପ୍ରସାଦ ବିକ୍ରି ଯୋଗୁଁ ଭକ୍ତ ହେଉଛନ୍ତି ନିରାଶ। ଭୋଗରେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ଶ୍ରୀମନ୍ଦି
PCC PRESIDENT
23m ago
ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ
ଅର୍ଗସ ବ୍ୟୁରୋ: ରାଜ୍ୟ କଂଗ୍ରେସର ସମସ୍ତ କମିଟି ଭାଙ୍ଗିବାର 87 ଦିନ ପରେ ଏଆଇ ସିସି ର ଚେତା ପଶିଛି । ଛତିଶଗଡ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଙ୍କୁ ରାଜ୍ୟ କଂଗ୍ରେସ ସଂଗଠ