ଓଡ଼ିଶାରୁ ଟଳିଲା ବାତ୍ୟା : ଜୀବନ ବଞ୍ଚିଗଲା କିନ୍ତୁ ବିପନ୍ନ ହେଲା ଜୀବିକା
by Argus News
Wed, Dec 06 | 7:37 p.m.

ଅର୍ଗସ ବ୍ୟୁରୋ : ଆନ୍ଧ୍ର ଉପକୂଳରେ ମାଡ଼ ହୋଇଥିବା ବାତ୍ୟା ମିଗଜୋମର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି । ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ବାତ୍ୟା । ଉତ୍ତର ପୂର୍ବ ତେଲଙ୍ଗାନା ଉପରେ ରହିଛି ଲଘୁଚାପର କେନ୍ଦ୍ର । ଏହାର ପ୍ରଭାବରେ ଆନ୍ଧ୍ର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ଅଧିକ ବର୍ଷା ହୋଇଛି । କୋରାପୁଟ ଜିଲ୍ଲା ପଟାଙ୍ଗୀରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୦୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ଯାଏଁ ପାଗ କୋହଲା ରହିବ । ତେବେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁରର ୪ଟି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହ ଗଞ୍ଜାମ, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳରେ ମଧ୍ୟ ବର୍ଷା ହେବ । 

ଅଧକ ପଢନ୍ତୁ : ଦୁର୍ବଳ ହେଉଛି 'ମିଗଜୋମ୍'

ଲଗାଣ ବର୍ଷା ପରେ କୋଟିଆ ପଂଚାୟତରେ ଛୋଟ ଭୂସ୍ଖଳନ ହୋଇଛି । ମାଡକାର ଗାଁକୁ ଯିବା ରାସ୍ତାରେ ପାହାଡ଼ରୁ ପଥର ଖସିଛି । ପଥର ମୁଖ୍ୟ ରାସ୍ତାରେ ପଡ଼ିଥିଲେ ବି ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ । ମେଡଙ୍ଗଗନ୍ଦି ଅଞ୍ଚଳରେ ତିନିଟି ଘରର ଛପର ଉଡିବା ସହିତ ଘର ଭାଙ୍ଗିଯାଇଛି । ଏପଟେ ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର ସହର । ବ୍ରହ୍ମପୁର ମହାମାୟୀ କଲେଜ ଭିତରେ ପଶିଛି ଡ୍ରେନପାଣି । ସହରର ଅଞ୍ଚଳରେ ବର୍ଷା ପାଣିରେ ହାଲ୍ ବେହାଲ୍ ହୋଇଛି । 

ବାତ୍ୟା ଓ ବର୍ଷାରେ ଜୀବନ ନିରାପଦ ରହିଛି କିନ୍ତୁ ବିପନ୍ନ ହୋଇଛି ଜୀବିକା । ହତାଶ ହୋଇଛନ୍ତି ଚାଷୀ କୂଳ । ତିନି ଦିନ ବର୍ଷା ରାୟଗଡ଼ା ଜିଲ୍ଲାରେ ଚାଷୀଙ୍କର ଅନେକ କ୍ଷୟକ୍ଷତି କରିଛି । ଧାନଠାରୁ ଆରମ୍ଭ କରି କପା, ହରଡ଼ ଓ ମାଣ୍ଡିଆ ଏବଂ ପନିପରିବା ଚାଷ ନଷ୍ଟ ହୋଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ, ସିନାପାଲି, ବୋଡେ଼ନ ଅଞ୍ଚଳରେ ହାଲୁକା ପବନ ସାଙ୍ଗକୁ ବର୍ଷାରେ ଶୋଇ ପଡ଼ିଛି ପାଚିଲା ଧାନ ଗଛ । ଖୋଲା ଆକାଶ ତଳେ ଥିବା ମଣ୍ଡିରେ ଥିବା ଧାନ ଭିଜିଛି । ଗଜପତି ମୋହନାରେ ବହୁ ପରିମାଣର ମକା ଓ ଧାନ ଚାଷୀଙ୍କର ଫସଲ କ୍ଷତିଗ୍ରସ୍ତ ହୋଇଛି । ଜମିରେ ଧାନ ଗଛ ସବୁ ଶୋଇଯାଇଥିବା ବେଳେ କେଣ୍ଡାରୁ ଧାନ ଝଡି ଯାଇଥିବା ଦେଖିବାକୁ ମିଳିଛି ।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର, ପାତ୍ରପୁର, ଗୋପାଳପୁର, ଦିଗପହଣ୍ଡି, ସାନଖେମୁଣ୍ଡି, କୁକୁଡ଼ାଖଣ୍ଡିରେ ବର୍ଷା ଜାରି ରହିଛି । ଏ ସବୁ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ସେହିପରି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ବିଜେପୁରରେ ବର୍ଷାରେ ବିପନ୍ନ ହୋଇଛି ଫସଲ । ମଣ୍ଡିରେ ପଡ଼ିଥିବା ଧାନ ମଧ୍ୟ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । କ୍ଷତିପୂରଣ ପାଇଁ ଦାବି କରିଛନ୍ତି ଚାଷୀ । 

ଅମଳ ଋତୁରେ ବର୍ଷା ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ । ଧାନ ରାଜ୍ୟର ପ୍ରମୁଖ ଫସଲ । କିନ୍ତୁ ଆଖି ଆଗରେ ଏହାକୁ ବରବାଦ ହେଉଥିବା ଦେଖି ଚାଷୀର ଛାତି ଫାଟି ଯାଉଛି । ଏବେ କୃଷି ବୀମାକୁ ନେଇ ସବୁକିଛି ସ୍ବଚ୍ଛତା ରହିଥିବାବେଳେ ରାଜ୍ୟ ସରକାର ସଠିକ୍ ଆକଳନ କରୁନଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ପ୍ରଶ୍ନ ହେଲା କ୍ଷୟକ୍ଷତିର ସଠିକ୍ ଆକଳନ କରାଯିବ ତ ? କ୍ଷୟକ୍ଷତିର ଶିକାର ପ୍ରକୃତ ଚାଷୀଙ୍କୁ ମିଳିବ ତ କ୍ଷତିପୂରଣ ?
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ