ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ବାତ୍ୟା `ମିଗଜୋମ୍'
by Argus News
Thu, Dec 07 | 7:37 p.m.

ଅର୍ଗସ ବ୍ୟୁରୋ:  ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ବାତ୍ୟା ମିଗଜୋମ୍ । ଆଉ ଦିନ କେଇଟା ପରେ ସୁନାର ଫସଲ ଅମଳ କରିଥାନ୍ତେ ଚାଷୀ ।  ମାତ୍ର ବାତ୍ୟା ମିଗଜୋମ୍ ପାଇଁ ବୁଡିଛି ଧାନ କିଆରି।  ବର୍ଷାରେ ଧାନ ବିଲରେ ଆଣ୍ଠୁ ଆଣ୍ଠୁଏ ପାଣି। ଜୀବନ ବିକଳରେ ଧାନ କାଟି ନେଉଛି ଚାଷୀ। ଇଏ ହେଉଛି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକର ଦୃଶ୍ୟ ।  ଢାମଣାହାଣ୍ଡି, ଗିର୍ଲ୍ଲା, ବୋବିୟା, ମୁର୍ତ୍ତାହାଣ୍ଡି ଭଳି ବିଭିନ୍ନ ପଞ୍ଚାୟତରେ ବାତ୍ୟ ମିଗଜୋମ୍ ପାଇଁ ଏଭଳି ଦୁର୍ଦ୍ଦଶା। ଗଞ୍ଜାମ ଆସିକାରେ ପାଣିରୁ ଧାନ ଛାଣୁଛନ୍ତି ଚାଷୀ। ଝିପି ଝିପି ବର୍ଷା ଲାଗି ରହିଥିବାରୁ ସେଥିରେ ବି ସମସ୍ୟା। ଚାଷୀଙ୍କ ଅପେକ୍ଷା କେବେ ଖରା ପଡିବ, କଞ୍ଚା ଧାନରୁ ପାଣି ଛାଡିବ। ବରଗଡ ବିଜେପିପୁରରେ କାଳ ସାଜିଲା ଅଦିନିଆ ବର୍ଷା, ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଅମଳ କରିଥିବା ଧାନ ବିଲ ମାନଙ୍କରେ ପାଣିରେ ଭାସୁଛି । ବରଗଡ଼ ଜିଲ୍ଲା ବିଜେପୁର, ଗାଇସିଲେଟ ଅଞ୍ଚଳରେ ବର୍ଷାରେ ପ୍ରଭାବିତ ଧାନ ଚାଷ।

ବାତ୍ୟାରେ ବ୍ୟାପକ ଫସଲ ନଷ୍ଟ ପରେ ଏବେ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା କ୍ଷୟକ୍ଷତିର ଆକଳନ, ଫସଲବୀମା ଓ କ୍ଷତିପୂରଣ । ବାତ୍ୟାଜନିତ ବର୍ଷା ପ୍ରଭାବରେ ହୋଇଥିବା କ୍ଷୟକ୍ଷତିକୁ ଉଭୟ କୃଷି ଅଧିକାରୀ ଏବଂ ରାଜସ୍ବ ଅଧିକାରୀ ମିଳିତ ଭାବେ ପ୍ଲଟ ୱାରୀ ତଦନ୍ତ କରି 12 ତାରିଖରେ ସୁଦ୍ଧା ରିପୋର୍ଟ  ଦେବାକୁ ନିର୍ଦେଶ। ମାତ୍ର ଓଡ଼ିଶାରେ ଫସଲ ବୀମାକୁ ନେଇ ବଡ ଘୋଟାଲା ଅଭିଯୋଗ । ବଡ ପ୍ରଶ୍ନ, କ୍ଷୟକ୍ଷତି ଆକଳନରେ ବାସ୍ତବ ଚାଷୀଙ୍କୁ ମିଳିବ ତ କ୍ଷତିପୂରଣ ?

ଅଦିନିଆ ବର୍ଷା ଯୋଗୁଁ ବଦଳିଛି ପାଗ । ଉପକୂଳଠୁ ଉପାନ୍ତ ସବୁଠି କୋହଲା । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା । କୋହଲା ପାଗ ପ୍ରଭାବରେ ତଳମୁହାଁ ରାଜଧାନୀ ଭୁବନେଶ୍ବରର ତାପମାତ୍ରା । ଗତ ଦୁଇ ଦିନ ତୁଳନାରେ ତାପମାତ୍ରା ୫ ଡ଼ିଗ୍ରୀ କମିଛି। ଦାରିଙ୍ଗବାଡିରେ ଗତକାଲି ଦିନର ତାପମାତ୍ରା 17 ଡିଗ୍ରୀ ରହିଥିଲା। ଆସନ୍ତା ୫ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଦକ୍ଷିଣ ଓଡ଼ିଶାରେ ବାତ୍ୟା ମୋଗଜିମ୍ ଆଣିଦେଲା ଦୁଃଖ। ବର୍ଷାରେ ବୁଡିଛି ପାଚିଲା ଧାନ। ଏବେ ବିଶେଷଜ୍ଞ କହୁଛନ୍ତି ଆଗାମୀ ୫ ଦିନ ଯାଏ ପାଣିପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ଯାହା ବି ଧାନ ବିଲରେ ଅଛି ତାକୁ କେମିତି ଅମଳ କରିବେ ଚିନ୍ତାରେ ଚାଷୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ