'ମିଗଜୋମ୍' ପ୍ରଭାବ; ମାଟି ଅତଡା ଖସି ଯାତାୟାତ ବାଧାପ୍ରାପ୍ତ
by Argus News
Thu, Dec 07 | 10:31 a.m.

କୋରାପୁଟ: ମିଗଜୋମ୍ ପ୍ରଭାବରେ ବଦଳିଯାଇଛି ପାଗର ମିଜାଜ୍ । ଉପକୂଳଠୁ ଉପାନ୍ତ ସବୁଠି କୋହଲା ପାଗ । କେତେବେଳେ ଝିପିଝିପି ବର୍ଷା ତ କେତେବେଳେ ଜୋର୍ ରେ ବର୍ଷା ହେଉଛି । ଦିନର ତାପମାତ୍ରା ଖସିଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ରାଜଧାନୀରେ ରେକର୍ଡ କରିଛି ଶୀତ । ଦୁଇ ଦିନରେ ତାପମାତ୍ରା ୫ ଡିଗ୍ରୀ କମିଛି । 

ସେପଟେ ବର୍ଷା ଯୋଗୁଁ ଧସିଲା ମାଟି ଅତଡ଼ା । କୋରାପୁଟ ଜିଲ୍ଲା ନାରାୟଣପାଟଣା ତଳଗୁମାଣ୍ଡି ପଞ୍ଚାୟତ ବରିପୁଟରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ଉଭୟ ପଟୁ ଅଟକିଛି ଗାଡ଼ିମୋଟର । ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଲଗାଣ ବର୍ଷାରେ ସ୍ଥିତି ବେହାଲ : ଧସିଲା ପାହାଡ଼, ରାସ୍ତା ଅବରୋଧ

ସେହିପରି କୋଟିୟା ପଂଚାୟତର ମାଡକାର ଗ୍ରାମକୁ ଯିବା ବାଟରେ ପ୍ରବଳ ବର୍ଷା ହେତୁ ଛୋଟ ଧରଣର ଲ୍ୟାଣ୍ଡ ସ୍ଲାଇଡ଼୍ ହେବା ଦେଖିବାକୁ ମିଳିଛି । ପାହାଡ଼ ଉପରୁ ବଡ଼ ଓ ଛୋଟ ପଥର ହଟାତ ଖସି ଆସିଥିଲା। ଫଳରେ ମୁଖ୍ୟ ରାସ୍ତାକୁ ଖସି ଆସିଥିଲେ ବି କାହାର କିଛି ହୋଇନଥିବା ଜଣାପଡ଼ିଛି । ଏହି ଖବର ପାଇବ ପରେ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ସିଂ ଧାରୁଆ, କୋଟିଆ ଆର, ଆଇ ଦୁର୍ଯ୍ୟୋଧନ ବାବୁ ସମେତ ପଟ୍ଟାଙ୍ଗି ଅଗ୍ନିଶମ ବିଭାଗୀୟ ଅଧିକାରୀ ଓ ଷ୍ଟାଫ ପହଂଚି ସଫେଇ କରି ଗମନାଗମନ ସୁବିଧା କରୁଥିବା ଜଣାପଡିଛି ।

ଗତକାଲି ଦାରିଙ୍ଗବାଡିରେ ସର୍ବୋଚ୍ଚ ଦିନ ତାପମାତ୍ରା ୧୭ ଡିଗ୍ରୀ ରହିଥିବାବେଳେ ଭୁବନେଶ୍ବରର ତାପମାତ୍ରା ରହିଥିଲା ୨୩ ଦଶମିକ ୬ ଡିଗ୍ରୀ । ରାତିରେ ଥଣ୍ଡା ଜାରି ରହିଥିବାରୁ ତାପମାତ୍ରା ଅହୁରି କମିବ ବୋଲି ଆଶା କରାଯାଉଛି । ଆସନ୍ତା ଦୁଇ ଦିନ ଜାରି ରହିବ ଶୀତର ଲହରୀ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି ।

ଆଗାମୀ କିଛି ଘଣ୍ଟା ଭିତରେ ଅବପାତର ରୂପ ନେବ 'ମିଗଜୋମ୍'
 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ