ସ୍ଥଳଭାଗ ଛୁଇଁଲା ବାତ୍ୟା ରେମାଲ, ଦୀର୍ଘ 4 ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା
by Argus News
Mon, May 27 | 7:28 a.m.

ଅର୍ଗସ ବ୍ୟୁରୋ: ସ୍ଥଳଭାଗ ଛୁଇଁଲା ବାତ୍ୟା ରେମାଲ । ଦୀର୍ଘ 4 ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ହେଲା ଲ୍ୟାଣ୍ଡଫଲ୍ । 135 କିଲୋମିଟର ବେଗରେ ବୋହିଲା ପବନ । ପ୍ରାୟ 6 ଘଣ୍ଟା ଧରି ଜାରି ରହିଥିବା ପବନ ଓ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ୍’ ବାଂଲାଦେଶ ଓ ପଶ୍ଚିମବଙ୍ଗରେ ମାଡ ହୋଇଛି । 

ରବିବାର ମଧ୍ୟରାତ୍ରରେ ଏହି ଭୀଷଣ ବାତ୍ୟା ଖେପୁପାରା ଓ ସାଗର ଦୀପ ମଝିରେ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ 130 କିଲୋମିଟରୁ ଅଧିକ ରହିଥିଲା । ବାତ୍ୟାକୁ ଦେଖି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଥିଲା ପୂର୍ବ ମେଦିନିପୁର ଜିଲ୍ଲା ପ୍ରଶାସନ । 

ତେବେ ପ୍ରବଳ ବର୍ଷା ଓ ପବନ କାରଣରୁ ବହୁ ସ୍ଥାନରେ ଗଛ ଉପୁଡି ପଡିଥିବାରୁ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା