ଓଡ଼ିଶା ପଶ୍ଚିମବଙ୍ଗ ଆଡେ ଗତି କରିବ ବାତ୍ୟା!
by Argus News
Mon, Oct 21 | 8:48 a.m.

ଅର୍ଗସ ବ୍ୟୁରୋ:ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଅନ୍ତରୀଣ ବୈଠକ ଶେଷ ହୋଇଛି। ରାଜ୍ୟରେ ବାତ୍ୟା ସ୍ଥିତି ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଓଡ଼ିଶା ପଶ୍ଚିମବଙ୍ଗ ଆଡେ ଗତି କରିବ ଏହି ବାତ୍ୟା । ଏହା ୨୪ ତାରିଖରେ ବାତ୍ୟାର ରୂପ ନେଇପାରେ । ଆସନ୍ତା ୨୩ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରିରହିବ । ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ହେବ । ଏହି ଜିଲ୍ଲାକୁ ରେଡ ୱାର୍ଣିଂ ଦିଆଯାଇଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ  ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି  ।

ସବୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଯାଇଛି । ଆଜି ସବୁ ଜିଲ୍ଲାପାଳ ନିଜ ଜିଲ୍ଲାର ବାତ୍ୟା ସୁରକ୍ଷା ସ୍ଥିତି ତଦାରଖ କରିବେ । ଦୁଇ ସପ୍ତାହ ସମୟ ଥିବା ଗର୍ଭବତୀ ମହିଳାଙ୍କୁ ହସପିଟାଲ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ସମସ୍ତ ଛୁଟିକୁ ବାତିଲ କରାଯାଇଛି । ବ୍ୟତ୍ୟାର ସ୍ଥିତି ଦେଖି ସ୍କୁଲ ବନ୍ଦ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ପାୱାର ସପ୍ଲାଏ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସବୁଦିନ ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟା ପାଇଁ ବୈଠକ ହେବ । ଆଜି ସନ୍ଧ୍ୟାରେ ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆମେ ଭାରତ ସରକାରଙ୍କ ସହ ଯୋଗାଯୋଗ ରେ ଅଛୁ । କେନ୍ଦ୍ର ଗୃହ ବିଭାଗ ଓ ପାଣିପାଗ ବିଭାଗ ସହ ସମ୍ପୂର୍ଣ୍ଣ ଯୋଗାଯୋଗ ରେ ଅଛୁ ବୋଲି ସୂଚନା ଦେଇଛନ୍ତି । ଅଧିକ ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କୁ ସହାୟତା ମାଗିବୁ । ଏବେ ଆମ ପାଖରେ ଯଥେଷ୍ଟ ଟିମ୍ ଅଛି । ଅଯଥା ନ ଡରିବାକୁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି  । ରାଜୀବ ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା।  IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା୨୪ ଏବଂ୨୫ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ
 

ରହସ୍ୟମୟୀ ଗାଁ
5m ago
ଗାଁରୁ ଗାୟବ ହୋଇଗଲେ ହଜାର ହଜାର ଲୋକ
ନୂଆଦିଲ୍ଲୀ: ଏପରି ଏକ ରହସ୍ୟମୟୀ ଗାଁ ବିଷୟରେ କହିବୁ ଯେଉଁଠି ଗୋଟିଏ ରାତିରେ ଗାୟବ ହୋଇଯାଇଥିଲେ ୫ ହଜାର ଲୋକ। ଆଜ୍ଞା ରାଜସ୍ଥାନର କୁଲଧରା ଗାଁ ଯେଉଁଠ
CHIEF MINISTER
34m ago
ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଚାଲିଛି ଜନଶୁଣାଣି
ଅର୍ଗସ ବ୍ୟୁରୋ: ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ଚାଲିଛି ଜନଶୁଣାଣି। ଲୋକଙ୍କଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚର
CYCLONE
56m ago
ବାତ୍ୟା ଭୟ: ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ | ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନେତୃତ୍ୱର