‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
by Argus News
Wed, Oct 23 | 5:10 p.m.

ଅର୍ଗସ ବ୍ୟୁରୋ: ବେଳକୁ ବେଳ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ନେଇ ରାଜ୍ୟର ଉପକୂଳିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଏବଂ ୨୫ ତାରିଖରେ ନନ୍ଦନକାନନ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, ଘଣ୍ଟାପ୍ରତି ୧୫ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରୁଛି। ଏହା କେନ୍ଦ୍ରାପଡ଼ା-ଧାମରା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ। ଏହାକୁ ନେଇ ଧାମରାକୁ ସର୍ବୋଚ୍ଚ ୧୦ନଂ ବିପଦ ସଙ୍କେତ ଜାରି କରାଯାଇଛି। ୪ ଜିଲାରେ ବାତ୍ୟାର ପ୍ରଭାବ ବେଶି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। 
ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକରେ ବେଶି ପ୍ରଭାବ ପଡିବ। ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ସମ୍ଭାବନା ରହିଛି। ଅନ୍ୟ ପାଶ୍ବବର୍ତ୍ତୀ ଜିଲା ପୁରୀ, ଖୋର୍ଦ୍ଧା(ଭୁବନେଶ୍ବର), କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷିବ। ବର୍ଷା ସହ ୬୦-୮୦ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

CYCLONE BREAKING
26m ago
Cyclone Breaking : ବାତ୍ୟାର ସବୁ ଅପଡେଟ୍‌
ଅର୍ଗସ ବ୍ୟୁରୋ: ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ । କାଲି ରାତିରୁ ୨୫ ପୂର୍ବାହ୍ଣ ଯାଏ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ସୂଚନ
ବାତ୍ୟା ଦାନା
28m ago
ଆମେ ଦେଖାଇବୁ ବାତ୍ୟାର ନିଚ୍ଛକ ଛବି
ଅର୍ଗସ ବ୍ୟୁରୋ: ଆସୁଛି ବାତ୍ୟା । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ମଧ୍ୟରାତ୍ର ଓ 25 ତାରିଖ ସକାଳ ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା
HIGH COURT
32m ago
ପୂଜା କମିଟି ତୋରଣ ନଖୋଲିଲେ ପ୍ରଶାସନ ଭାଙ୍ଗିଦେବ
ଅର୍ଗସ ବ୍ୟୁରୋ: ଲକ୍ଷ୍ମୀପୂଜା ଭିତରେ କବାଟ ଠକ୍‌ଠକ୍‌ କରିଛି ବାତ୍ୟା ଦାନା । କେବଳ ବର୍ଷା କରାଇବ ତାହା ନୁହେଁ ପବନ ବି ହେବ । ତେଣୁ ତାହା ପୂର୍ବରୁ ପୂଜାରେ ନିର୍ମାଣ ହୋଇଥିବ