ସାମୁଦ୍ରିକ ଜୁଆର ପ୍ରଭାବରେ ସ୍ଥଳଭାଗକୁ ଲୁଣିପାଣି ମାଡ଼ିପାରେ - IMD ନିର୍ଦ୍ଦେଶକ
by Argus News
Wed, Oct 23 | 5:36 p.m.

ଅର୍ଗସ ବ୍ୟୁରୋ: ଉତ୍ତର ଓ ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟା ହେବ । ଧାମରା-ଭିତରକନିକା ପାଖାପାଖି ଉପକୂଳ ଅତିକ୍ରମ କରିବ । ଉପକୂଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ସାମୁଦ୍ରିକ ଘୂର୍ଣ୍ଣି ବାତ୍ୟା ଦାନାରେ ପରିଣତ । ଉଠିପାରେ 2 ମିଟର ପର୍ଯ୍ୟନ୍ତ ଜୁଆର । ସାମୁଦ୍ରିକ ଜୁଆର ପ୍ରଭାବରେ ସ୍ଥଳଭାଗକୁ ଲୁଣିପାଣି ମାଡ଼ିପାରେ । ବ୍ରାହ୍ମଣୀ, ବୈତରଣୀ ନଦୀ ଜରିଆରେ ଲୁଣିପାଣି ଆସିପାରେ । ସଜାଗ ରହିବା ପାଇଁ ପରାମର୍ଶ ଦେଲେ IMD ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । 

ବାତ୍ୟା ମୁକାବିଲା ଲାଗି 24 ଟି NDRF, 51 ଟି ଓଡ୍ରାଫ 218 ଟି ଅଗ୍ନିଶମ ଟିମ ମୁତୟନ ହୋଇଥିବା ବେଳେ ସାଢ଼େ ପାଞ୍ଚ ହଜାରରୁ ଅଧିକ ରିଲିଫ ସେଣ୍ଟର ଖୋଲା ଯାଇଛି ।

ବାତ୍ୟା ମୁକାବିଲା ଲାଗି ମନ୍ତ୍ରୀ ଓ ସଚିବ ମାନଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ତେବେ ପ୍ରସ୍ତୁତି ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଶେଷ ଆକଳନ ସୁଦ୍ଧା ପୂର୍ବ ପ୍ରସ୍ତୁତି ହୋଇଛି । ରାଜସ୍ୱ ବିଭାଗ ସମେତ କୃଷି, ଶକ୍ତି, ଯୋଗାଣ , ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ରିଲିଫ କେନ୍ଦ୍ରରେ ସବୁ ସୁବିଧା ଯୋଗାଇ ଦିଆଯିବ ତେଣୁ ଯେଉଁ ଜାଗାରେ ବାତ୍ୟା ପ୍ରଭାବ ରହିବ, ସେ ସବୁ ସ୍ଥାନରେ ଲୋକ ଘର ଛାଡି ରିଲିଫ କେନ୍ଦ୍ରକୁ ଆସିବାକୁ ଅପିଲ କରିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ମନ୍ତ୍ରୀ । 

'ଦାନା'କୁ ନେଇ ଆସିଲା ବଡ ଖବର...

CYCLONE BREAKING
28m ago
Cyclone Breaking : ବାତ୍ୟାର ସବୁ ଅପଡେଟ୍‌
ଅର୍ଗସ ବ୍ୟୁରୋ: ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ । କାଲି ରାତିରୁ ୨୫ ପୂର୍ବାହ୍ଣ ଯାଏ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ସୂଚନ
ବାତ୍ୟା ଦାନା
30m ago
ଆମେ ଦେଖାଇବୁ ବାତ୍ୟାର ନିଚ୍ଛକ ଛବି
ଅର୍ଗସ ବ୍ୟୁରୋ: ଆସୁଛି ବାତ୍ୟା । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ମଧ୍ୟରାତ୍ର ଓ 25 ତାରିଖ ସକାଳ ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା
HIGH COURT
34m ago
ପୂଜା କମିଟି ତୋରଣ ନଖୋଲିଲେ ପ୍ରଶାସନ ଭାଙ୍ଗିଦେବ
ଅର୍ଗସ ବ୍ୟୁରୋ: ଲକ୍ଷ୍ମୀପୂଜା ଭିତରେ କବାଟ ଠକ୍‌ଠକ୍‌ କରିଛି ବାତ୍ୟା ଦାନା । କେବଳ ବର୍ଷା କରାଇବ ତାହା ନୁହେଁ ପବନ ବି ହେବ । ତେଣୁ ତାହା ପୂର୍ବରୁ ପୂଜାରେ ନିର୍ମାଣ ହୋଇଥିବ