ଦିନ ବେଳର ଖବର ସଂକ୍ଷେପରେ
by Argus News
Thu, Sep 19 | 11:37 a.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ...ପୁରୀ ଶରଧାବାଲିରେ ୧୦୦ ଦିନର ହିସାବ ଦେବେ ମୋହନ ସରକାର...ଫିଟିଛି ଶ୍ରୀମନ୍ଦିର ଚାରିଦ୍ଵାର, ଖୋଲିଛି ରତ୍ନଭଣ୍ଡାର, ଚାଷୀଙ୍କୁ ମିଳିଛି ସମ୍ମାନ, ସୁରକ୍ଷିତ ହୋଇଛି ଓଡ଼ିଆ ଅସ୍ମିତା...ସୁଭଦ୍ରା ଦେଖାଇଛି ମହିଳାଙ୍କୁ ସ୍ଵାବଲମ୍ବୀ ହେବାର ରାସ୍ତା...
୨- ସିରିଜ ବୋମାମାଡରେ ଥରିଲା ରାଜଧାନୀ, ବାଇକରେ ଆସି ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ....ଏଥିରେ ଜଣେ ୧୫ବର୍ଷର ନାବାଳକ ଗୁରୁତର ଆହତ ହୋଇଛନ୍ତି.....ଆହତ ନାବାଳକଙ୍କ ନାମ ରାହୁଲ ନାୟକ....ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି 
୩- ଯାଜପୁର ରାଜଘାଟ ବ୍ରିଜ ଉପରୁ ଜଣେ ମହିଳା ନଦୀକୁ ଡେଇଁଛନ୍ତି । ମହିଳା ଜଣଙ୍କ ଇଲେକ୍ଟ୍ରିକ ସ୍କୁଟି ସହ ହେଲମେଟ ଏବଂ ନିଜର ମୋବାଇଲ ଫୋନ ବ୍ରିଜ ଉପରେ ରଖିଥିଲେ । ସେହି ସ୍ଥାନରେ କେହି ନଥିବାବେଳେ  ସେ ନଦୀକୁ ଡେ଼ଇଁଥିବା କୁହାଯାଉଛି..... ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି
୪- ରାଜସ୍ଥାନର ଦସୁଆରେ ଖୋଲା ବୋରୱେଲ ଭିତରେ ଖସି ପଡିଛି ଏହ ୨ ବର୍ଷର ଶିଶୁ କନ୍ୟା। ବୁଧବାର ଦିନ ଏହି ଘଟଣା ଘଟିଥିବା ବେଳେ ଘଟଣାକୁ ୧୫ ଘଣ୍ଟା ବିତିଗଲାଣି। ଏବେ ଏନଡିଆରଏଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି
୫- ମୁକେଶ ଅମ୍ବାନୀ କିଣିଲେ ୧୦୦୦ କୋଟିର ବିମାନ.....‘ବୋଇଂ 737 MAX 9’ ବିମାନ କିଣିଛନ୍ତି ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ.....ସ୍ୱିଜରଲାଣ୍ଡରୁ ବିମାନଟି ଉଡାଣ ଭରିଥିବାବେଳେ ଏବେ ଭାରତରେ ମୁକେଶ ଅମ୍ବାନୀଙ୍କୁ ହସ୍ତାନ୍ତର ହୋଇଛି 
୬- ପେଜର ପରେ ଲେବାନନ୍‌ରେ ଓ୍ବାକିଟକି ବିସ୍ଫୋରଣ.....20ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦୦ଜଣ ଆହତ ହୋଇଛନ୍ତି
୭- ଶାହରୁଖଙ୍କ ‘ଯବାନ’କୁ ମାତ୍ ଦେଲା ସ୍ତ୍ରୀ ୨, ୬୦୦ କୋଟି କ୍ଲବରେ କରିବ ଏଣ୍ଟ୍ରି
୮- ୨୫ବର୍ଷ ପରେ ପୁଣିଥରେ ସେପ୍ଟେମ୍ବର ୨୦ରେ ରିଲିଜ ହେବ ଐଶ୍ବର୍ଯ୍ୟାଙ୍କ ସୁପରହିଟ ମୁଭି Taal
୯- ଆଜିଠୁ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଦୁଇ ଟିକିଆ ଟେଷ୍ଟ ସିରିଜ୍‌ । ଚେନ୍ନାଇର ଚେପକ୍‌ ଗ୍ରାଉଣ୍ଡରେ ଖେଳାଯିବ ସିରିଜ୍‌ର ପ୍ରଥମ ମ୍ୟାଚ୍‌ । ସକାଳ ୯ ଟା ୩୦ରୁ ମ୍ୟାଚ ଆରମ୍ଭ ହୋଇଥିବାବେଳେ ପ୍ରଥମ ବ୍ୟାଟିଂ ଜାରି ରଖିଛି ଭାରତ
୧୦- ଉତ୍ତର ପଶ୍ଚିମ ବଙ୍ଗୋପସାଗର  ଓ ସଂଲଗ୍ନ ପଶ୍ଚିମବଙ୍ଗରେ ୨୨ରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୪ ତାରିଖ ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କରାଇଛନ୍ତି ।  ପୁଣି ବର୍ଷା ହେଲେ ବାଲେଶ୍ୱର ଓ ମୟୂରଭଞ୍ଜ ବନ୍ୟା ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ