ଜରିପାଲ ତଳେ ଡକ୍ରିକୋଟ
by Argus News
Wed, Sep 11 | 6:14 p.m.

ଅର୍ଗସ ବ୍ୟୁରୋ:  ବିକାଶ ଏଠି ପାଲଟିଛି ପ୍ରହସନ। ଏ କଥା ଆମେ କହୁନୁ ଗାଁ ର ଏ ଦୃଶ୍ୟ ବଖାଣୁଛି ପୂର୍ବ ସରକାରଙ୍କ ବିକାଶ ଧୋକା।  ଏଠି ବାଟ ଥାଇ ଵି ବାଟବଣା ହୋଇଯାଇଛି ବିକାଶ ।  ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚକଲାପଦର ଗ୍ରାମପଂଚାୟତର ଦୁର୍ଗମ ଗାଁ ଡକ୍ରିକୋଟ।  ଝରୀଗାଁ ସଦର ମହକୁମାରୁ ପାଖାପାଖି ତିରିଶି କିଲୋମିଟର ଦୂର ଏକ ଉପାନ୍ତ ଇଲାକା।  ଗାଁ କୁ ଦେଖିଲେ ଲାଗେ ବିକାଶ ଯେମିତି ଏ ଗାଁ ର ବାଟ ଭୁଲିଯାଇଛି।

ଗାଁ କହଲେ ଝାଟିାମଟିର କଚ୍ଚାଘର ମେଳି। ଯେଉଁଠି ବର୍ଷା ଆସିଲେ ଜରିପାଲ ଖୋଜାପଡେ।  ଯେଉଁଆଡେ ଦୃଷ୍ଟି ବୁଲେଇବେ କେବଳ ଦେଖାଯାଏ ଜାରିପାଲ ଘୋଡେଇ ହୋଇ ରହିଥିବା ଭଙ୍ଗା ଦଦରା ଘର। ଆଜିବି ଏଇ ଜରିପାଲ ଘୋଡାଇ ହୋଇ ଆବାସ ଅପେକ୍ଷାରେ ଗରିବ ହିତାଧିକାରୀ। ଏଠି ଆବାସ ଯୋଜନାରେ ଘର ପାଇଥିବା ଲୋକଙ୍କ ଦୁର୍ଦ୍ଧଶା ମଧ୍ୟ ତଦ୍ରୁପ। ଘର ସିନା ହିତାଧିକାରୀଙ୍କୁ ମିଳିଲା ହେଲେ କାର୍ଯ୍ୟାଦେଶ ଠିକାଦାର ହାତରେ, ଠିକାଦାର ଜରିଆରେ ନିର୍ମାଣଧୀନ ଏହି ଆବାସ ଗୃହ ଗୁଡିକ କିଛି ଅଧା ଅଧୁରା ହୋଇ ବର୍ଷବର୍ଷ ଧରି ପଡି ରହିଛି ତ କିଛି ଘରର କାମ ଆରମ୍ଭ ହୋଇନି।

ଗାଁରେ ଆଜକୁ ତିନି ଚାରିବର୍ଷ ହେବ ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରାଯାଇଛି। ହେଲେ ତାହାଵି ଅଧାଅଧୁରା ହୋଇ ପଡି ରହିଛି। ଫଳରେ ପିଲାଙ୍କ ପାଠପଢା ହେଉ କି ଟୀକାକାରଣ ହେଲପର ଙ୍କ ଘରେ କରାଯାଉଛି। ସେଭଳି ଗାଁରେଥିବା ବିଦ୍ୟାଳୟ କଥା ନ କହିବା ଭଲ। ରକ୍ଷଣାବେକ୍ଷଣ ଅଭାବରୁ ଏବେ ସ୍କୁ ସୃଷ୍ଟି କରୁଛି ଭୂତ କୋଠିର ଭ୍ରମ ଏବଂ ପ୍ରଥାମିକ ଶିକ୍ଷାରୁ ବଞ୍ଚିତ ଡକ୍ରିକୋଟର ଶିଶୁ।

ଗାଁରେ ଟେଲିଫୋନ ଟାୱାର ଅଛି ହେଲେ ନିର୍ମାଣ ପରଠୁ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ। ସେଭଳି ଜଳ ଯୋଗାଣ ପାଇଁ ପାଣି ଟାଙ୍କି ଅଛି ହେଲେ ବିଦ୍ୟୁତ ସମସ୍ୟ ଯୋଗୁଁ ଲୋକେ ପିଇବା ପାଣି ପାଇ ପାରୁ ନାହାନ୍ତି। ଏଭଳି ବର୍ଷ ବର୍ଷ ଧରି ସମସ୍ୟା ଭିତରେ ବଞ୍ଚିବା ପାଇଁ ଗ୍ରାମ କରୁଛନ୍ତି  ଡକ୍ରିକୋଟବାସୀ। ଆଶା ସରକାର ଗୁହାରି ସୁଣିବେ ଆଉ ଏ ଯୋଜନା ଖାଲି ଲୋକ ଦେଖାଣିଆ ହେବନି ଲୋକେ ପାଇବେ ଏହାର ଲାଭ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଭାରତ ଏବଂ ବାଂଲାଦେଶ
11m ago
ଭାରତ ଏବଂ ବାଂଲାଦେଶ ଟେଷ୍ଟ: ମାଷ୍ଟରପ୍ଲାନ ବିଷୟରେ କହିଲେ ରୋହିତ
ଅର୍ଗସ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହ
ବଦଳିବ ମୁଖ୍ୟମନ୍ତ୍ରୀ
31m ago
ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଠିକଣା
ଅର୍ଗସ ବ୍ୟୁରୋ: ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା । ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବ
ମେଡିକାଲ କଲେଜ
37m ago
ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ
ଅର୍ଗସ ବ୍ୟୁରୋ : ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଏ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ତାଳଚେର ଓ କନ୍ଧମାଳରେ ମେଡିକା