ପାହାଡ଼ିଆ ରାସ୍ତାରେ ବିପଦପୂର୍ଣ୍ଣ ଯାତ୍ରା
by Argus News
Wed, Nov 27 | 6:09 p.m.

ଅର୍ଗସ ବ୍ୟୁରୋ:  ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ପୁଟାସିଂ ପଞ୍ଚାୟତର ନିୟୁ ଲାଡେ ଗାଁ । ଗାଁରେ 12 ପରିବାର ବସବାସ କରନ୍ତି । ସ୍ବାଧୀନତାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଆଦିବାସୀ । ଦୈନିନ୍ଦିନ ଏହି ପଥୁରିଆ ପାହାଡିଆ ରାସ୍ତା ଦେଇ ବ୍ଲକ କାର୍ଯ୍ୟାଳୟ ସ୍କୁଲ, କଲେଜ, ମେଡିକାଲ ଯାଇଥାନ୍ତି ଲୋକେ । ବର୍ଷା ହେଲେ ଯାତାୟତ ଠପ୍ । ଏଠାକାର ଲୋକେ ଅସୁସ୍ଥ ହେଲେ କିମ୍ବା ଗର୍ଭବତୀଙ୍କୁ ଏମିତି ଦୋଳା କିମ୍ବା ଖଟିଆରେ ବୋହି ନିଅନ୍ତି । ୩ କିଲୋମିଟର ଅତିକ୍ରମ କଲା ପରେ ଆମ୍ବୁଲାନ୍ସ ମିଳେ, ସମୟ ସମୟରେ କେହି କେହି ବାଟରେ ମୃତ୍ୟବରଣ କରିଥାନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।

ଗାଁରେ ବସୁଧା ଯୋଜନା ଫେଲ୍ । ଗାଁରେ ନଳକୂପଟିଏ ବି ନାହିଁ । ଲୋକେ ବାଧ୍ୟ ହୋଇ ନିକଟରେ ଥିବା ଝରଣା ପାଣିକୁ ବ୍ୟବହାର କରୁଛନ୍ତି । ଦୂଷିତ ପାଣି ପିଇ ଅନେକ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଖାଲି ଏତିକି ନୁହେଁ, ଆଜି ବି କାହାରିକୁ ଆବାସ ଯୋଜନାରେ ପକ୍କା ଘରଟିଏ ମିଳିନାହିଁ । କୋମଳମତି ଶିଶୁଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ବି ନାହିଁ । ପିଲାଙ୍କୁ ପାଠ ପଢିବାକୁ ହେଲେ 3 କିଲୋମିଟର ଦୂର ଉପର ଲାଡେ ଗାଁକୁ ଯିବାକୁ ପଡିଥାଏ । ଜଙ୍ଗଲ, ପଥୁରିଆ ରାସ୍ତା ହୋଇଥିବାରୁ ପିଲାଙ୍କ ଅଭିଵାବକ କେନ୍ଦ୍ରକୁ ଛାଡୁ ନାହାନ୍ତି । ଫଳରେ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ତେଣୁ ପ୍ରଶାସନ ଏବଂ ସରକାରଙ୍କୁ ଗାଁର ବିକାଶ ଲାଗି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।

୨୪ ବର୍ଷର ସରକାର ଦେଇପାରିଲା ନାହିଁ ଗାଁକୁ ରାସ୍ତା ଏବଂ ପାନୀୟ ଜଳର ସୁବିଧା । ନୂତନ ବିଜେପି ସରକାର ତାଙ୍କର ସମସ୍ୟାର ସମାଧାନ କରିବେ ବୋଲି ବିଶ୍ବାସ ରଖିଛନ୍ତି ଏଠାକାର ଲୋକେ ।  
 

ଦୁଷ୍କର୍ମ ଅଭିଯୋଗ
14m ago
ବର୍ଷେ ୩ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ : ବର୍ଷେ ୩ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ସାନବଡ଼ବିଲ ଗାଁରେ ୧ ବର୍ଷ ୩ ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋ
ଚାଷୀ
ଚାଷୀଙ୍କ ପାଇଁ ଟୋଲ୍ ଫ୍ରି ନଂ - 1967 , ସରକାରଙ୍କୁ ସିଧାସଳଖ ଜଣାଇବେ ସମସ୍ୟା
ଅର୍ଗସ ବ୍ୟୁରୋ : ମଣ୍ଡିରେ ଅସୁବିଧା ନେଇ ସିଧାସଳଖ ସରକାରଙ୍କୁ ଅଭିଯୋଗ କରିପାରିବେ ଚାଷୀ। ୧୯୬୭ ନମ୍ବରରେ ଫୋନ କରି ସିଧାସଳଖ ମଣ୍ଡି ସମ୍ପର୍କିତ ନିଜ ସମସ୍ୟା ବିଷୟରେ ଜଣାଇ ପାରିବେ ଚାଷୀ
ନୌସେନା ଦିବସ
ଡିସେମ୍ବର 4 ନୌସେନା ଦିବସ ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର
ଅର୍ଗସ ବ୍ୟୁରୋ : ମଝିରେ ଆଉ ମାତ୍ର ଛଅ ଦିନ। ଡିସେମ୍ବର 4 ତାରିଖରେ ପୁରୀରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ସୁପର ସୋ। ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବ
ରାସନ ଚାଉଳ
ମୃତ ବ୍ୟକ୍ତିଙ୍କ ନାଁ ରେ ରାସନ ଚାଉଳ ଖାଉଥିଲେ ବିଜେଡି ସରକାର
ଅର୍ଗସ ବ୍ୟୁରୋ : ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଖିଥିବା ଏହି ତଥ୍ୟ ଉପରେ ନଜର ପକାନ୍ତୁ । ବିଧାୟକ ମାନସ ଦତ୍ତ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖ
ମୋଦି
ମୋଦିଙ୍କ ପାଇଁ ବଡ଼ ସୁରକ୍ଷା ପ୍ରସ୍ତୁତି , ତ୍ରି ସ୍ତରୀୟ ସୁରକ୍ଷା ବଳୟ ରେ ରାଜଧାନୀ ଭୁବନେଶ୍ୱର
ଅର୍ଗସ ବ୍ୟୁରୋ : ଡିଜି ସମ୍ମିଳନୀ ପାଇଁ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ବର । କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ