ଯୌତୁକ ଦାବିରେ ବୋହୂ ହତ୍ୟା, ଅଭିଯୋଗ ଆଣିଲେ ଝିଅର ପରିବାର
by Argus News
Sun, Feb 25 | 3:27 p.m.

କେନ୍ଦ୍ରାପଡା : ପୁଣି ଆସିଲା ଏକ ସଂଗୀନ ଅଭିଯୋଗ । ଅଧିକ ଯୌତୁକ ଦାବି ଶାଶୁ, ଶଶୁର ଓ ସ୍ୱାମୀ ହତ୍ୟା କରିଥିବା ନେଇ ଥାନରେ ଏତଲା ଦେଲେ ଝିଅର ପରିବାର ଲୋକେ l ୧୧.୦୬.୨୩ ରେ ବିଂଝାରପୁର ପଞ୍ଚାନନ ପରିଡାଙ୍କ ଝିଅ ସୋନାଲି ପରିଡା ଆଳି ଅର୍ଗଳ ନିବାସୀ ବେଣୁଧର ସାହୁଙ୍କ ପୁଅ ମନୋଜ ସାହୁଙ୍କ ସହିତ ବିବାହ ହୋଇଥିଲା l ଝିଅର ମାମୁଁଙ୍କ ଥାନାରେ କରିଥିବା ଅଭଯୋଗ ଅନୁସାରେ ଝିଅର ବିବାହ ପରେ ପୁଅର ପରିବାର ଲୋକେ ଅଧିକ ଯୌତୁକ ଦାବି କରି ଝିଅକୁ ଅତ୍ୟାଚାର କରି ଆସୁଥିଲେ l କିନ୍ତୁ ୨୪.୦୨.୨୪ ତାରିଖ ଦିନ ମଧ୍ୟାହ୍ନ 4ଟା ସମୟରେ ଝିଅର ଶାଶୁ ଘର ଲୋକେ ଝିଅ ଘରକୁ ଫୋନ କରି ଝିଅ ଦେହ ଖରାପ ଥିବାକଥା କହିଥିଲେ । 

ଅଧିକ ପଢନ୍ତୁ : ଅଧିକ ଯୌତୁକ ଦାବି କରି ମାରି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

କିନ୍ତୁ ଝିଅ ଘର ଲୋକେ ପହଞ୍ଚିବା ପରେ ଝିଅକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଝିଅର ଶାଶୂ ଝିଅ ରସି ଦେଇଥିବା କହିଥିଲେ ।ତେବେ ଝିଅ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅ 7 ମାସର ଗର୍ଭବତୀ ଥିଲା , ତେଣୁ ତାକୁ ତାର ଶାଶୁ,ଶଶୁର ଓ ସ୍ୱାମୀ ହତ୍ୟା କରିଛନ୍ତି  l ଏ ବିଷୟରେ ଆମେ ପୋଲିସକୁ  ପଚାରିବାରୁ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ l
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ