-ଜଗତପୁର ଥାନା ପ୍ରଧାନପଡ଼ା ଗାଁ କ୍ଲବରୁ ମୃତଦେହ ଉଦ୍ଧାର
by Argus News
Sat, May 25 | 8:38 a.m.

କଟକ: କଟକ ଜିଲ୍ଲା ସାଲେପୁର ବ୍ଳକ ଅନ୍ତର୍ଗତ ଜଗତପୁର ଥାନା ଅଧିନସ୍ତ ପ୍ରଧାନପଡା ଗ୍ରାମର ପରିଡା ସାହିରେ ପ୍ରେମ ବେପାରକୁ କେନ୍ଦ୍ର କରି ଜଣେ ଯୁବକକୁ ବିଭତ୍ସ ହତ୍ୟା କରାଯାଇଛି ।  ଯୁବକ ଜଣକ ହେଲେ ତାପସ ପ୍ରଧାନ । ଘଟଣା ମୁତାବକ ତାପସ ଉକ୍ତ ଗ୍ରାମର ଏକ  ଝିଅକୁ  ଭଲ ପାଉଥିଲେ ।  ଏ ନେଇ ଝିଅର ପରିବାର ଲୋକ ବାରମ୍ବାର ତାପସକୁ ଧମକ ଦେବା ସହ ମାରିବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ ।  ପରେ ଉଭୟଙ୍କ ପରିବାର ମଧ୍ୟରେ  ବଝୁମଣା ହୋଇଥିଲା । 

ତେବେ ଝିଅ ପରିବାର ମନରେ ରାଗ ମନରେ ରଖି  ସୁଯୋଗକୁ ଅପେକ୍ଷା କରିଥିବା ବେଳେ ଗତ କାଲି ରାତିରେ ତାପସ ଘର ପାଖରେ ଥିବା  ପାଠାଗାରରେ  ଶୋଇଥିବା ସମୟରେ  ଧାରୁଆ ଅସ୍ତ୍ରରେ ଗଳା  କାଟି ହତ୍ୟା କରି ଦୌଡି ପଳାଇଥିଲେ ।   ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଜଗତପୁର ଥାନା ଅଧିକାରୀ ଅତିରିକ୍ତ ଏସପି  ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ  ପହିଁଚି ସନ୍ଧାନୀ କୁକୁର ଡକାଇ ତଦନ୍ତ କରିବା ସହ ୩ ଜଣକୁ ଅଟକ ରଖିଛି । ପରେ ଶବଟିକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇ ତଦନ୍ତ ଜାରି ରଖିଛି । 

ଆହୁରି ପଢନ୍ତୁ ଓଡିଶା ଖବର...

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ