ଗର୍ଭବତୀ ଓ କୁନି କୁନି ଶିଶୁଙ୍କ ଜୀବନ ସହ ସାଂଘାତିକ ଖେଳ
by Argus News
Fri, Oct 18 | 6:38 p.m.

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ଗର୍ଭବତୀ ମହିଳା ଓ କୋମଳମତି ଶିଶୁମାନଙ୍କୁ ଛତୁଆ ବଣ୍ଟନରେ ଅବ୍ୟବସ୍ଥା । ବଣ୍ଟାଯାଉଛି ଏକ୍ସପାଏରୀ ଛତୁଆ। ହଲୁଆ ଗୁଣ୍ଡର ମଧ୍ୟ ସରିଯାଇଛି ଏକ୍ସପାଏରୀ।  ଖଜରାରୁ ବାହରୁଛି ମାଳ ମାଳ ପୋକ।  ଗର୍ଭବତୀ ଓ କୁନି କୁନି ଶିଶୁଙ୍କ ଜୀବନ ସହ ସାଂଘାତିକ ଖେଳ
 ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ଗର୍ଭବତୀ ମହିଳା ଓ କୋମଳମତି ଶିଶୁମାନଙ୍କୁ ଛତୁଆ ବଣ୍ଟନରେ ଅବ୍ୟବସ୍ଥା । ପ୍ୟାକେଟ ଅବଧି ଶେଷ ପରେ ମଧ୍ୟ ଛତୁଆ ବଣ୍ଟନ କରାଯାଉଛି । ହଲୁଆ ଗୁଣ୍ଡର ମଧ୍ୟ ସରିଯାଇଛି ଏକ୍ସପାଏରୀ । ପ୍ୟାକେଟ ପ୍ରସ୍ତୁତ କରିବାର ଏକ ମାସ ମଧ୍ୟରେ ବ୍ୟବହାର କରିବାକୁ ପ୍ୟାକେଟରେ ଉଲ୍ଲେଖ ରହିଥିବା ବେଳେ ଅବଧି ଶେଷ ପରେ ବଣ୍ଟନ ହୋଇଛି । ଛତୁଆ ପ୍ୟାକେଟରେ ପ୍ରସ୍ତୁତ ତାରିଖ ଅଗଷ୍ଟ ୨୫ ରହିଥିବା ବେଳେ ହଲୁଆ ଗୁଣ୍ଡ ପ୍ରସ୍ତୁତ ତାରିଖ ଅଗଷ୍ଟ ୧୧ ରହିଛି । ଖାଲି ଏତିକି ନୁହେଁ, ଖଜରାରୁ ବାହାରୁଛି ପୋକ । ଯାହାକୁ ନେଇ ସବୁ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ । 

ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ ଛତୁଆ ବଣ୍ଟନ ନିମନ୍ତେ ଗୋଟିଏ ସ୍ଵଂୟ ସହାୟକ ଗୋଷ୍ଠୀ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକରେ ଛତୁଆ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା ହୋଇଛି । ମୋଟ ୩୧୩ ଅଙ୍ଗନବାଡି କେନ୍ଦ୍ରକୁ ଗୋଟିଏ ମାତ୍ର ସ୍ଵଂୟ ସହାୟକ ଗୋଷ୍ଠୀ ସଠିକ ସମୟରେ ବଣ୍ଟନ କରିପାରୁନାହାନ୍ତି । ଦୀର୍ଘ ୧୫ ବର୍ଷ ଧରି ଗୋଟିଏ ସଂସ୍ଥା ଦ୍ବାରା ଛତୁଆ ବିତରଣ କରାଯାଉଛି। ସଂସ୍ଥାଟି ବ୍ଲାକ୍ ଲିଷ୍ଟ୍ ହୋଇଥିଲେ ମଧ୍ୟ କିପରି ୧୫ ବର୍ଷ ଧରି ବଣ୍ଟନ କରୁଛି ? କାହା ଛତ୍ରଛାୟାରେ ଥିଲା ? ତାକୁ ନେଇ ପ୍ରଶ୍ନ ଉଠୁଛି । ଏ ସବୁ ଭିତରେ ସ୍ଥିତି ସମୀକ୍ଷା କରିଛନ୍ତି ସାଂସଦ ବଳଭଦ୍ର ମାଝୀ । ସେପଟେ ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ।   ତେବେ ନିମ୍ନମାନର ଛତୁଆ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଓ ସିଡିପିଓ ସନ୍ଦେହ ଘେରରେ । କେବେ ହେବ ଛତୁଆ ବଣ୍ଟନ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ, ତା ଉପରେ ନଜର ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

ମୁଖ୍ୟମନ୍ତ୍ରୀ
55m ago
ମୁମ୍ବାଇରେ ଇଣ୍ଡିଆ କେମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ କେମ୍-2024ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକଙ୍କୁ ଓଡ଼ିଶାର
ଅବଢା
ଚଢା ଦର ଯୋଗୁଁ ବହୁ ଭକ୍ତ କାଳିଆର ଅବଢାରୁ ବଞ୍ଚିତ
ଅର୍ଗସ ବ୍ୟୁରୋ: କାର୍ତ୍ତିକ ଆରମ୍ଭରୁ ମହାପ୍ରସାଦ ଦର ବେଲଗାମ। ଚଢ଼ା ଦରରେ ମହାପ୍ରସାଦ ବିକ୍ରି ଯୋଗୁଁ ଭକ୍ତ ହେଉଛନ୍ତି ନିରାଶ। ଭୋଗରେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ଶ୍ରୀମନ୍ଦି
PCC PRESIDENT
ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ
ଅର୍ଗସ ବ୍ୟୁରୋ: ରାଜ୍ୟ କଂଗ୍ରେସର ସମସ୍ତ କମିଟି ଭାଙ୍ଗିବାର 87 ଦିନ ପରେ ଏଆଇ ସିସି ର ଚେତା ପଶିଛି । ଛତିଶଗଡ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଙ୍କୁ ରାଜ୍ୟ କଂଗ୍ରେସ ସଂଗଠ