ବରିଷ୍ଠ ସେବାୟତ  ରଜତ୍ ପ୍ରତିହାରୀଙ୍କ ପରଲୋକ
by Argus News
Sun, Mar 17 | 12:09 p.m.

ପୁରୀ: ଆରପାରିରେ ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ଗରାବଡୁ ନିଯୋଗର ସମ୍ପାଦକ ତଥା ଛତିଶାନିଯୋଗ ସଦସ୍ୟ ରଜତ୍ ପ୍ରତିହାରୀଙ୍କ ଗତକାଲି ରାତିରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଶରୀର ଅସୁସ୍ଥ ଥିଲା। ସ୍ୱର୍ଗତଃ ରଜତ୍ ପ୍ରତିହାରୀ ଶ୍ରୀମନ୍ଦିରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଆଣିବାକୁ ନିରନ୍ତର ଉଦ୍ୟମ ଜାରି ରଖିଥିଲେ।

ଏହାସହ ଚନ୍ଦନଯାତ୍ରା,, ସ୍ନାନଯାତ୍ରା, ରଥଯାତ୍ରା ଇତ୍ୟାଦି ପର୍ବପର୍ବାଣି କିଭଳି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ଓ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ ଓ ଭକ୍ତମାନଙ୍କ ଦରକାର ମଧ୍ୟ କାଭଳି ଶୃଙ୍ଖଳିତ ହେବ ସେନେଇ ଲଗାତାର ପ୍ରୟାସ କରୁଥିଲେ। ବିଶେଷ କରି ସେବାୟତ କୂଳର ଝିଅମାନେ କିଭଳି ଆଗକୁ ବଢିବେ ଓ ସର୍ବାଙ୍ଗୀନ ଉନ୍ନତି କରାବେ ସେନେଇ ମଧ୍ୟ ସ୍ୱର୍ଗତଃ ପ୍ରତିହାରୀ ସବୁବେଳେ ଚେଷ୍ଟା କରୁଥିଲେ। ତାଙ୍କର ଅକାଳ ବିୟୋଗରେ ସେବାୟତ ମହଲରେ ଦୁଖର ଛାୟା ଖେଳିଯାଇଛି। ତାଙ୍କର ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

MIGRANT DEATH CASE
53m ago
ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ
ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁ
BJD ISSUE
ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟ
TRIPLE MURDER
ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖର