୧୯ବର୍ଷ ବୟସରେ ସୁହାନି ଭଟ୍ଟନାଗରଙ୍କ ପରଲୋକ
by Argus News
Sat, Feb 17 | 3:17 p.m.

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ଆମୀର ଖାନଙ୍କ ଫିଲ୍ମ 'ଦଙ୍ଗଲ'ରେ ସାନ ଝିଅ ବବିତା ଫୋଗାଟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ ଭଟ୍ଟନାଗରଙ୍କ ଦେହାନ୍ତ ହୋଇଛି। ଆଜି ସୁହାନୀ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମାତ୍ର ୧୯ ବର୍ଷ ବୟସରେ ସୁହାନି ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଖବର ଅନୁଯାୟୀ, ସେ ଦୀର୍ଘ ଦିନ ହେଲା ଦିଲ୍ଲୀ AIIMS ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନରେ ଫରିଦାବାଦରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ଏହି ଖବରରେ ପୁରା ବଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି। 

ମିଡିଆ ରିପୋର୍ଟସ ମୁତାବକ, କିଛି ଦିନ ପୂର୍ବରୁ ସୁହାନିଙ୍କ ଗୋଡରେ ଫ୍ରାକଚର ହୋଇଥିଲା। ଚିକିତ୍ସା ପାଇଁ ସେ ହସ୍ପିଟାଲ ଯାଇଥିଲେ। ଏବଂ ଫ୍ୟାକଚର ବହୁତ ସାରା ମେଡିସିନ ଖାଉଥିଲେ। ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ବହୁତ ମେଡିସିନ ଖାଉଥିବାରୁ ତାଙ୍କ ଶରୀରରେ ଏକ ତରଳ ପଦାର୍ଥ ଜମା ହୋଇଯାଇଥିଲା। ଆଉ ଏହି କାରଣରୁ ତାଙ୍କ ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରାଯାଉଛି। 

ସୁହାନି ଭଟ୍ଟନାଗର ୨୦୧୬ ମସିହାରେ ଫିଲ୍ମ `ଦଙ୍ଗଲ' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ମୁଭିରେ ସୁହାନି ଆମିର ଖାନଙ୍କ ସହିତ ସ୍କ୍ରିନ ଶେୟାର କରିଥିଲେ। ଫିଲ୍ମରେ ଦୁଇ ଝିଅ ଗୀତା ଏବଂ ବବିତା ଚରିତ୍ର ଅଭିନୟ କରିଥିବା ଦୁଇଜଣ ଚାଇଲ୍ଡ ଆର୍ଟିଷ୍ଟଙ୍କ କାମକୁ ବେଶ ପ୍ରଶଂସା କରିଥିଲେ। ଦୁଇ ଜଣଙ୍କ କ୍ୟୁଟନେସ ଅଭିନୟ ମଧ୍ୟ ଦର୍ଶକଙ୍କୁ ବେଶ ଭଲ ଲାଗିଥିଲା। ଏହି ଫିଲ୍ମରେ ଲିଡ ରୋଲରେ ଆମିର ଖାନ,  ସାକ୍ଷୀ ତନଓ୍ବାର ଏବଂ ଜାୟରା ଓ୍ବାସିମଙ୍କ ସାଥୀରେ କାମ କରିବାପରେ ସୁହାନି କିଛି ଟିଭି ବିଜ୍ଞାପନ ମଧ୍ୟ କରିଥିଲେ। କିନ୍ତୁ ଏହାପରେ ଫିଲ୍ମଠାରୁ ଦୂରେଇ ଯାଇ ସୁହାନୀ ନିଜ ପାଠପଢ଼ା ଉପରେ ଧ୍ୟାନ ଦେଇଥିଲେ। ପାଠ ପଢ଼ା ପରେ ଫିଲ୍ମକୁ ବ୍ୟାକ କରିବାକୁ ଚାହୁଁଥିଲେ। କିନ୍ତୁ ସୁହାନିଙ୍କର ଏପରି ମୃତ୍ୟୁରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ