ପ୍ରଥମ କ୍ୟାବିନେଟରେ ବଡ ନିଷ୍ପତ୍ତି , ଆବାସ ଯୋଜନାରେ ଆଉ ୩ କୋଟି ଘର
by Argus News
Mon, Jun 10 | 6:52 p.m.

ଅର୍ଗସ ବ୍ୟୁରୋ : ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ୍‌ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ପ୍ରଥମ ବୈଠକ ବସିଛି । ନବଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଏଥିରେ ଯୋଗ ଦେଇଛନ୍ତି । ଅମିତ ଶାହ, ରାଜନାଥ ସିଂହ, ନୀତୀନ ଗଡ଼କରି, ଜେପି ନଡ୍ଡା ପ୍ରମୁଖ ଏଥିରେ ଉପସ୍ଥିତ ଅଛନ୍ତି । ମୋଦି କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ପ୍ରଥମ ନିଷ୍ପତ୍ତି ନିଆଯାଇଛି । ପିଏମ୍‌ ଆବାସ ଯୋଜନାରେ ଗରିବଙ୍କ ପାଇଁ ୩ କୋଟି ନୂଆ ଘର ପ୍ରଦାନ ନେଇ ନିଷ୍ପତ୍ତି ହୋଇଛି । ଗ୍ରାମାଞ୍ଚଳ ସହ ସହରରେ ଘର ତିଆରି ପାଇଁ ଘୋଷଣା ହୋଇଛି ।

ଅଧିକ ପଢନ୍ତୁ : ସପ୍ତାହର ପ୍ରଥମ ୪ ଦିନ କାର୍ଯ୍ୟାଳୟ ଛାଡ଼ିବେ ନାହିଁ କୌଣସି ମନ୍ତ୍ରୀ

ନିର୍ମାଣ ହେବାକୁ ଥିବା ସବୁ ଘରେ ଶୌଚାଳୟ ସହ ଟ୍ୟାପ ଯୋଗେ ପାଣି ସଂଯୋଗ , ବିଜୁଳି, LPG କନେକ୍ସନ ପାଇଁ ନିଷ୍ପତ୍ତି ହୋଇଛି । ଗତ ୧୦ ବର୍ଷରେ ୪.୨୧ କୋଟି ଘର ତିଆରି ସରିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୭୨ ଜଣ ସଦସ୍ୟ ଶପଥ ନେଇଥିଲେ । ଓଡ଼ିଶାରୁ ତିନି ଜଣ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିଛି ।

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା