52 ଡିଗ୍ରୀ ପାର୍ ପାରଦ, ସନ୍ତୁଳି ହେଉଛନ୍ତି ଲୋକେ
by Argus News
Wed, May 29 | 6:40 p.m.

ଅର୍ଗସ ବ୍ୟୁରୋ: ଗରମରେ ସିଜୁଛି ପୁରା ଦେଶ । ତାତିରେ ଆଉଟୁ ପାଉଟୁ ହେଉଛନ୍ତି ମଣିଷଠୁ ଆରମ୍ଭ କରି ପଶୁପକ୍ଷୀ ।  ଗତକାଲି ରାଜସ୍ଥାନର ଚୁରୁରେ ତାପମାତ୍ରା ସବୁ ରେକର୍ଡ ଭାଙ୍ଗି 50 ଡିଗ୍ରୀ ପାର୍ କରିଥିବାବେଳେ ଆଜି ଦିଲ୍ଲୀର ତାପମାତ୍ରା ସବୁ ରେକର୍ଡ ଭାଙ୍ଗି ଦେଇଛି । ଦିନରେ ଦିଲ୍ଲୀର ତାପମାତ୍ରା 52.3 ଡିଗ୍ରୀ ରେକର୍ଡ ହୋଇଛି । ଦିଲ୍ଲୀର ମଙ୍ଗେଷପୁରରେ ତାପମାତ୍ରା 52.3 ଡିଗ୍ରୀ ରେକର୍ଡ ହୋଇଛି । ଯାହା ଏବେ ସୁଦ୍ଧା ସବୁଠୁ ଅଧିକ । 

ଅନ୍ୟପଟେ ରାଜ୍ୟରେ ଉପରମୁହାଁ ରହିଛି ପାରଦ । ପଶ୍ଚିମରେ ଅସହ୍ୟ ତାତିକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି  ଅନୁଭୂତ ହେଉଥିବା ବେଳେ ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ତାତି ସହ ପ୍ରବଳରୁ  ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବଲାଙ୍ଗୀର ,ସୋନପୁର ,ଝାରସୁଗୁଡା, ବୌଦ୍ଧ ,କନ୍ଧମାଳ ଓ କଳାହାଣ୍ଡି ଏହି ଜିଲ୍ଲା ରେ ଭୀଷଣ ଗ୍ରୀଷ୍ମ  ପ୍ରବାହ ଜାରି ରହିବ। ଅନୁଗୁଳ,କେନ୍ଦୁଝର ,ନୂଆପଡା,ସୁନ୍ଦରଗଡ  ରେ ଗ୍ରୀଷ୍ମ ପ୍ରଵାହ ରହିବ। ଏହାସହ ଉଷ୍ମ ରାତ୍ରିର ଅନୁଭୂତି ହେବାର ସମ୍ଭାବନା ରହିଛି । 

ସେହିପରି ୩୧ ରେ ମଧ୍ୟ କିଛି ଜିଲ୍ଲା ଯେପରିକି ଝାରସୁଗୁଡା ସୁନ୍ଦରଗଡ ,ସମ୍ବଲପୁର ,ବୌଦ୍ଧ, ସୋନପୁର ,ବଲାଙ୍ଗୀର ନୂଆପଡା  ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ରହିବାର ସମ୍ଭାବନା ରହିଛି । ୩୧ ତାରିଖ ଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । 

ଆହୁରି ପଢନ୍ତୁ ପାଣିପାଗ ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ