ଲକ୍ଷ୍ମୀ ମାଝି ହତ୍ୟାକାରୀଙ୍କୁ ଧରିବା ଦାବି ଯୋରଦାର, ଜିଲ୍ଲାରେ12 ଘଣ୍ଟିଆ ବନ୍ଦକୁ ବିଜେପିର ସମର୍ଥନ ଖୋଲାଖୋଲି
by Argus News
Fri, Jan 05 | 7:29 p.m.
  • ରାୟଗଡ଼ାରେ ଆଦିବାସୀ ମହାସଂଘର ରଣହୁଂକାର
  • ଲକ୍ଷ୍ମୀ ମାଝି ହତ୍ୟାକାରୀଙ୍କୁ ଧରିବା ଦାବି ଯୋରଦାର
  • ଜିଲ୍ଲାରେ12 ଘଣ୍ଟିଆ ବନ୍ଦକୁ ବିଜେପିର ସମର୍ଥନ ଖୋଲାଖୋଲି
  • ହତ୍ୟାର 16 ଦିନ ପରେ ବି କ୍ରାଇବ୍ରାଞ୍ଚ ହାତ ଖାଲି 
  • ଧରାପଡ଼ିଲା ରାଜ୍ୟ ସରକାରଙ୍କ ମିଛ ଆଦିବାସୀ ପ୍ରତି
  • ତଥାପି ମନ୍ତ୍ରୀ କହୁଛନ୍ତି ସରକାର ଆଦିବାସୀଙ୍କ ସହ ଅଛନ୍ତି

ଅର୍ଗସ ବ୍ୟୁରୋ:  ଆଦିବାସୀ ମହାସଂଘ ପକ୍ଷରୁ ଦିଆଯାଇଛିବା 12 ଘଣ୍ଟିଆ ରାୟଗଡ଼ ବନ୍ଦର ଜିଲ୍ଲା ବ୍ୟାପୀ ଦେଖିବାକୁ ମିଳିଛି ଯୋରଦାର ପ୍ରଭାବ। ଜିଲ୍ଲାରେ ଗାଡ଼ି ଚଳାଚଳ ଠପ୍ ହୋଇଥିବା ବେଳେ ଦୋକାନ ବଜାର ଏବଂ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସବୁ ରହିଥିଲା ବନ୍ଦ। ବିଜେପି ମଧ୍ୟ କରିଥିଲା ବନ୍ଦକୁ ସମର୍ଥନ। ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝିଙ୍କୁ ହତ୍ୟାର 16 ଦନ ପରେବି ଦୋଷୀକୁ ଧରିବାରେ କ୍ରାଇମବ୍ରାଞ୍ଚର ବିଫଳତା ନେଇ ରାଜ୍ୟ ସରକାରଙ୍କ ଉପରେ  ବର୍ଷିଛି ଆଦିବାସୀ ମହାସଂଘ।

ଲକ୍ଷ୍ମୀ ମାଝିଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଆସୁଛନ୍ତି ପରିବାର। 16 ଦିନ ଧରି ନ୍ୟାୟ ପାଇଁ ଲଢେଇ କରୁଛନ୍ତି ଲକ୍ଷ୍ମୀଙ୍କ ବାପା। ଏଯାଏ ତାଙ୍କୁ ଝିଅର ପୋଷ୍ଟମର୍ଟମ ରିପୋର୍ଟ ବି ଦେଉନି କିମ୍ବା ହତ୍ୟାର କାରଣ ସମ୍ପର୍କରେ କିଛି ସୂଚନା ଦେଉନି ପୋଲିସ। ପୀଡ଼ିତ ପରିବାରକୁ ଥରେଟେ ବି ଭେଟି ସମବେଦନା ଜଣାଇବାକୁ ସ୍ଥାନୀୟ ବିଧାୟକ ତଥା ଆଦିବାସୀ ମନ୍ତ୍ରୀଙ୍କୁ ସମୟ ମିଳିନି। ଅଥତ ଭୁବନେଶ୍ବର ଆସି ପ୍ରତିକ୍ରିୟା ଦେଉଛନ୍ତି ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀଙ୍କ ସହ ଅଛନ୍ତି।

ମହିଳା ଓ ଆଦିବାସୀ ହେଉଛନ୍ତି ସମାଜର ସବୁଠାରୁ ସମ୍ଭେଦନ ଶୀଳ ବ୍ୟକ୍ତି। ସେମାନଙ୍କ କ୍ଷେତ୍ରରେ ଅଧିକ ଯତ୍ନବାନ ହେବା ସରକାରଙ୍କ ଦାୟିତ୍ବ। କିନ୍ତୁ ଜଣେ ଆଦିବାସୀ ଯୁବତୀଙ୍କୁ ନୃଶଂସ ଭାବେ ପୋଡ଼ି ମାରିଦିଆଗଲା ଅଥଚ 16 ଦିନ ବିତିଯାଇଥିଲେ ବି ଅପରାଧୀଙ୍କ ଟେର ପାଉନି କ୍ରାଇମବ୍ରାଞ୍ଚ। ପିଡ଼ୀତ ପରିବାରକୁ ସମବେଦନା ଜଣାବାକୁ ବି ସରକାରଙ୍କ ପାଖରେ ନାହିଁ ବେଳ। ସେଥିପାଇଁ ତ ଲକ୍ଷ୍ମୀଙ୍କ ବାପା କହୁଛନ୍ତି ଆମର କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ। ସିବିଆଇ ତଦନ୍ତ ଦରକାର।

ଡିସେମ୍ବର 21 ତାରିଖରେ ଚନ୍ଦ୍ରପୁର ହସପିଟାଲ ପରିସରରେ ଥିବା ପରିତ୍ୟକ୍ତ ଘରୁ ମିଳିଥିଲା ଲକ୍ଷ୍ମୀଙ୍କର ଅର୍ଦ୍ଧଦଗ୍ଧ ମୃତଦେହ। ଘର ଲୋକଙ୍କ ଅଭିଯୋଗ ଏହା ରେପ ଆଣ୍ଡ ମର୍ଡର। ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତରେ ଶିଥିଳତା ଧରାପକାଇ ଦେଇଛି ବିଜେଡି ସରକାରଙ୍କ ମିଛ ଆଦିବାସୀ ପ୍ରୀତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ