ଶ୍ରୀକ୍ଷେତ୍ର ଛାଡି ଶିଳାକ୍ଷେତ୍ରକୁ ଧାଇଁ ଆସୁଛନ୍ତି ଭକ୍ତ
by Argus News
Mon, Jun 24 | 2:57 p.m.

ବ୍ରହ୍ମଗିରି: ଭକ୍ତ ଓ ଭଗବାନଙ୍କର ଚାଲିଛି ଅପୂର୍ବ ମିଳିନି । ଭକ୍ତିମୟ ହେଉଛି ଶିଳାବ୍ରହ୍ମକ୍ଷେତ୍ର ବ୍ରହ୍ମଗିରି । ଦାରୁବ୍ରହ୍ମଙ୍କୁ ଦର୍ଶନ ନପାଇ ଭକ୍ତଙ୍କ ମନ ବ୍ୟାକୁଳ । ସେଥିପାଇଁ ଶ୍ରୀକ୍ଷେତ୍ର ଛାଡି ଶିଳାକ୍ଷେତ୍ରକୁ ଧାଇଁ ଆସୁଛନ୍ତି ଭକ୍ତ । ଭୋର ୪ଟାରୁ ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତୀ, ଅବକାଶ, ତଡପଲାଗି, ବେଶ, ଗୋପାଳ ବହ୍ଲଭ ପରେ ୬.୩୦ରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଲମ୍ବା ଲାଇନ୍ ରେ ଯାଇ ଅରଗଳି ବା ଭିତର କାଠ ଠାରୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ହଝାର ହଜାର ଭକ୍ତ ।

ସେପଟେ ଭୀଷଣ ଜ୍ୱରରେ କମ୍ପୁଛି ଶ୍ରୀଜିଉଙ୍କ ଶ୍ରୀଅଙ୍ଗ । ଅନବଶର ପିଣ୍ଡିରେ ଚାଲିଛି ଚତୁର୍ଦ୍ଧାମୂରତିଙ୍କ ଗୁପ୍ତନୀତି ଉପଚାର । ଗତକାଲି ସ୍ନାନପୂଣ୍ଣୀମାରେ ୧୦୮ ସୁବାଶିଷ ଗରା ଜଳରେ ସ୍ନାନକରି ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ । ସେଥିପାଇଁ ରତ୍ନବେଦିରେ ପୂଜାପାଉଛନ୍ତି ପଟିଦିଅଁ । ସେପଟେ ପୁରୀରେ ଦାରୁବ୍ରହ୍ମଙ୍କ  ଦର୍ଶନ ନପାଇ ବ୍ରହ୍ମଗିରିରେ ଶିଳାବ୍ରହ୍ମ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି  ହଜାର ହଜାର ଭକ୍ତ । 

ଭକ୍ତଙ୍କ ମନରେ ବିଶ୍ବାସ ରହିଛି, ବର୍ଷ ତମାମ ଶ୍ରୀମନ୍ଦିରରେ ଦାରୁ ବ୍ରହ୍ମଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳିଥାଏ, ବର୍ଷକ ମଧ୍ୟରେ ପଡୁଥିବା ଅନବସରର ଗୋଟିଏ ଦିନ ଶିଳାବ୍ରହ୍ମଙ୍କୁ ଦର୍ଶନ କଲେ ସମ ପରିମାଣରେ ପୂଣ୍ୟ ମିଳିଥାଏ । ପୁରୀରେ ମହାପ୍ରଭୁ ଚତୁର୍ଦ୍ଧାମୁରତିଙ୍କୁ ଦର୍ଶନ ନପାଇ ଭକ୍ତମାନେ ଭାବବିହ୍ଵଳ ହୋଇ ଧାଇଁ ଆସୁଛିନ୍ତି ଶିଳାବ୍ରହ୍ମ ଅଲାରନାଥଙ୍କୁ ଦର୍ଶନ ପାଇଁ । ଆଉ ଅଲାରନାଥଙ୍କୁ ଜଗନ୍ନାଥ ରୂପରେ ଦର୍ଶନ କରି ଭାବ ବିହୋଳ ହୋଇପଡୁଛନ୍ତି ଭକ୍ତ ।

ଆହୁରି ପଢନ୍ତୁ ଓଡିଶା ଖବର...
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ