ଭୋଟ ଦେବା ଲାଗି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଦେଓଲ ପରିବାର
by Argus News
Mon, May 20 | 1:35 p.m.

ଅର୍ଗସ ବ୍ୟୁରୋ:  ଭୋଟ ଦେଲେ ଦେଓଲ ପରିବାର। ଭୋଟ ଦେବା ଲାଗି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ବଲିଉଡ ଅଭିନେତା ଧର୍ମେନ୍ଦ୍ର ୮୮ ବର୍ଷ ବୟସରେ ମଧ୍ୟ ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ତାଙ୍କ ଶରୀର ବର୍ତ୍ତମାନ ଅସୁସ୍ଥ ରହିଛି ବୋଲି କୁହାଯାଉଛି । ଏଥିସହ ଏହି ବୟସରେ ସେ ଭୋଟ ଦେବା ଯୁବ ପିଢିଙ୍କ ପାଇଁ ଏକ ପ୍ରେରଣା । ଧର୍ମେନ୍ଦ୍ରଙ୍କ ବ୍ୟତୀତ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଭୋଟ ଦେବାକୁ ପହଁଚିଥିଲେ । ଏହି ସମୟରେ ଇଶା ଦେଓଲ ମଧ୍ୟ ନଜର ଆସିଛନ୍ତି । ତେବେ ଦେଓଲ ପରିବାରର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଦେଶରେ ଲୋକସଭା ନିର୍ବାଚନର ଆଜି ପଞ୍ଚମ ପର୍ଯ୍ୟାୟରେ ଭୋଟିଂ ଚାଲିଛି । ଯେଉଁଥିପାଇଁ ଆଜି ମୁମ୍ବାଇରେ ସକଳୁ ସକାଳୁ ମତଦାନ କେନ୍ଦ୍ର ବାହାରେ ଲମ୍ବା ଲାଇନ ଲାଗିଛି । ସାଧାରଣ ଜନତାଙ୍କ ଠାରୁ ନେଇ ଫିଲ୍ମ ଷ୍ଟାରମାନଙ୍କୁ ମତଦାନ କରୁଥିବାର ଦେଖିବାକୁ ମିଳିଛି । ଏହି ତାଲିକାରେ ଅକ୍ଷୟ କୁମାର, ଫରହାନ ଅଖତର, ଜାନଭୀ କପୁର ଏବଂ ରାଜକୁମାର ରାଓ ସାମିଲ ଅଛନ୍ତି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ