ଓଡ଼ିଶା ରେଡରେ ମିଳିଥିବା ଟଙ୍କା କାହାର ବୋଲି ପଚାରିଲେ ଧର୍ମେନ୍ଦ୍ର
by Argus News
Sun, Dec 10 | 8:28 a.m.

ଅର୍ଗସ ବ୍ୟୁରୋ: ମଦ ସାମ୍ରାଜ୍ୟ ଉପରେ ଆଇଟିର ମାରାଥନ ରେଡରେ ମିଳିଥିବା ଟଙ୍କା କାହାର। ଓଡିଶାର ମଦ ନୀତି ସହ ଏହି କଳାଟଙ୍କାର କଣ ରହିଛି ସଂପର୍କ। ଏ ପ୍ରଶ୍ନ  ପଚାରି ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ  ଟୁଇଟ କରି ପଚାରିଛନ୍ତି ଏ  ବେନାମୀ ଧନର ମୂଳ ଉତ୍ସ କେଉଁଠି ?  ଜବତ ହେଉଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକମାନଙ୍କର ସମ୍ପର୍କ ଅଛି  କି ? 

ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକମାନେ ଏହି ଘଟଣାରେ ଚୁପ୍ କାହିଁକି ? ଓଡିଶାରେ ଦେଶୀ ମଦ ବିରୋଧରେ ମହିଳାଙ୍କ ଜନଆକ୍ରୋଶ ରହିଛି ତା ପରେ ବି  ଏତେ ଟଙ୍କା ଜବତ ହେବା ଆଶ୍ଚର୍ଯ୍ୟଜନକ ଓ ଚିନ୍ତାଜନକ ବୋଲି କହିଛନ୍ତି ଧର୍ମେନ୍ଦ୍ର। ପରିବାର ଭାଙ୍ଗି, ଲୋକଙ୍କୁ ରୋଗ କରାଇ ମଦନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର। କେମିତି ବାରମ୍ବାର ଗୋଟିଏ ପରିବାରର ମାଲିକାନାରେ ଥିବା ସଂସ୍ଥା ପାଉଛି ଲାଇସେନସ, ତାକୁ ନେଇ ଉଠିଛି ପ୍ରଶ୍ନ।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ