ବିଶାଳ ଜନସମାବେଶକୁ ସମ୍ବୋଧିତ କଲେ ଧର୍ମେନ୍ଦ୍ର ପ୍ରଧାନ 
by Argus News
Sun, Apr 21 | 3:28 p.m.

ସମ୍ବଲପୁର: ସମ୍ବଲପୁର ରେଢାଖୋଲରେ ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାମ୍ପରଗଡ଼ରେ ଶ୍ରୀରାମ ସ୍ତୁତି ସମାରୋହରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଓଡ଼ିଶାରେ ମୋଦି ସରକାର ବନାଇବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସରକାର ଗରିବ, ଦୁଃଖୀ, ବଞ୍ଚିତ ଲୋକ ଓ ମା, ମହିଳାଙ୍କ ସ୍ବାର୍ଥ ପ୍ରତି ଅଗ୍ରାଧିକାର ଦେଉଛନ୍ତି ।. 2029 ମସିହା ପର୍ଯ୍ୟନ୍ତ ସବୁ ଗରିବଙ୍କୁ ମାଗଣାରେ 5 କିଲୋ ଚାଉଳ ବଣ୍ଟନ ପାଇଁ ପ୍ରତିଶ୍ରୁତି ଦେଇଛି ମୋଦି ସରକାର । ଓଡ଼ିଶାର ବିକାଶ ପାଇଁ 18 ଲକ୍ଷ କୋଟି ଟଙ୍କା, 3 ଲକ୍ଷ ଘର ଓ ସ୍ବଚ୍ଛ ପାନୀୟ ଜଳ ପାଇଁ 10 ହଜାର କୋଟି ଦେଇଛନ୍ତି କେନ୍ଦ୍ର ସରକାର । କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଉଛନ୍ତି ଲୋକେ । ଗରିବଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଓ ରୋଜଗାର ଦେବା ମୋଦି ସରକାରଙ୍କ ପ୍ରାଥମିକତା । 2004ରୁ 2014 ଦିଲ୍ଲୀରେ ସରକାର ଯେଉଁମାନଙ୍କ ହାତରେ ଥିଲା, ସେ ନେତୃତ୍ବ ଓଡ଼ିଶାକୁ ଅଣଦେଖା କଲା ।

ମୋଦି ସରକାର 2014ରୁ 2024 ସମାନ 10 ବର୍ଷରେ କାହିଁ 3 ଲକ୍ଷ କାହିଁ 18 ଲକ୍ଷ କୋଟି ଟଙ୍କା ଦେଇଛନ୍ତି, କିନ୍ତୁ ବାଟମାରଣା ହୋଇଯାଉଛି । ତେଣୁ ଓଡ଼ିଶାରେ ବି ମୋଦି ସରକାର ବନାଇବାକୁ ପଡିବ । ଏଥର ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେବ । ଦିଲ୍ଲୀରେ ସମ୍ବଲପୁରବାସୀଙ୍କ କଥା ଉଠାଇବି । ନରେନ୍ଦ୍ର ମୋଦି ଦେଶର ହଳିଆ ଆଉ ମୁଁ ସମ୍ବଲପୁରର ହଳିଆ ହେବାକୁ ଚାହୁଁଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ସ୍ତୁତିସଭା ପୂର୍ବରୁ ରେଢାଖୋଲର ଡଙ୍ଗରପଡ଼ା ଶ୍ରୀଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏଥିସହ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀରେ ଯୋଗଦେଇ ସମ୍ବଲପୁର ଏବଂ ଓଡ଼ିଶାକୁ ଦେଶର ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଆଶୀର୍ବାଦ ନେଇଥିଲେ କେନ୍ଦ୍ରମନ୍ତ୍ରୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

24 ELECTION
40m ago
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
44m ago
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର