ବ୍ଲାକରୋଜ ପ୍ରସଙ୍ଗ ଉଠାଇଲେ, ନାଁ ନନେଇ କହିଲେ ଜେଲ୍ ଯିବେ କ୍ରୀତଦାସ
by Argus News
Tue, May 28 | 3:45 p.m.

ଯାଜପୁର: ବିଜେଡି ନେତା ବବି ଦାସଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୋରଦାର ଆଟାକ୍ । ବଡ଼ଚଣାରେ ବ୍ଲାକରୋଜ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର କରିଛନ୍ତି ହମଲା । ନାଁ ନନେଇ କହିଲେ ଜେଲ୍ ଯିବେ କ୍ରୀତଦାସ । ଓଡ଼ିଶାର ବୈଭବକୁ ବିଦେଶକୁ କରୁଥିଲେ ଚାଲାଣ । ବନ୍ଧା ହେବେ କ୍ରୀତଦାସ । ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯାଜପୁର ଜିଲ୍ଲାକୁ କ୍ରୀତଦାସ ନିଜ ଜାଗିର୍ ଜିଲ୍ଲା ବୋଲି କହିଛନ୍ତି । 
ଗୋଟେ ଗୁମାସ୍ତାପୁରୀ ରାଜାଙ୍କୁ ଧମକାଇବା ପାଇଁ ଆସିଥିଲା । ଏ ମାଟି ସ୍ଵାଧୀନତା ସଂଗ୍ରାମୀମାନଙ୍କର ମାଟି । ଯାଜପୁରରେ ଗୁମାସ୍ତାର ଗୋଟିଏ କ୍ରୀତଦାସ ଅଛି । ବ୍ଲାକ ରୋଜ୍ ଜାହାଜରେ ଓଡ଼ିଶାର ବୈଭବକୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରୁଥିଲା କ୍ରୀତଦାସ । ବ୍ଲାକ ରୋଜ ଜାହାଜ କଥା ଉଠାଇବା ସହ ନାଁ ନେଇ ବିଜେଡ଼ି ସଙ୍ଗଠନ ସମ୍ପାଦକ ବବି ଦାସଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । 
ମୋଦି 10 ହଜାର କୋଟି ଟଙ୍କା ପିଇବା ପାଣି ପାଇଁ ପଠାଇଛନ୍ତି । ହେଲେ ତାମିଲ ଠିକାଦାର ମାନଙ୍କୁ ପୋଷିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଲୋକଙ୍କ ପାଖରେ ପିଇବା ପାଣି ପହଞ୍ଚୁ ନାହିଁ । ସ୍କୁଲରେ ଶିକ୍ଷକ, ଡ଼ାକ୍ତରଖାନାରେ ଡାକ୍ତର ନାହାନ୍ତି ।  କ୍ରୀତଦାସ ଓ ଗୁମାସ୍ତା ବୁଲି ବୁଲି କୁହନ୍ତି, ଯେ ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି । ଓଡ଼ିଆ ଲୋକର ସ୍ବାର୍ଥ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଗାଳି ଶୁଣିବା ପାଇଁ ପ୍ରସ୍ତୁତ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ । 

ଜିଲ୍ଲାରେ 320ଟି ପଦବୀ ଅଛି । ସେଥିରୁ 140 ପଦବୀ ଖାଲି । 40 ଭାଗ ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ।  ଜିଲ୍ଲାରେ 806 ନର୍ସ ପଦବୀ ମଞ୍ଜୁର ହୋଇଛି । 453 ପଦବୀ ଖାଲି । 56 ଭାଗ ପଦବୀ ଖାଲି । ଯାଜପୁର ଜିଲ୍ଲାକୁ କ୍ରୀତଦାସ ନିଜ ଜାଗିର ଜିଲ୍ଲା ବୋଲି କହିଛନ୍ତି ।  ଯାଜପୁର ଜିଲ୍ଲାରେ 14ଟି ପଞ୍ଚାୟତରେ ହାଇସ୍କୁଲ ନାହିଁ ।  50 ଭାଗ ପିଲା ଓଡ଼ିଶାରେ ମେଟ୍ରିକ ପରୀକ୍ଷା ଦେଉନାହାନ୍ତି । 

ଜିଲ୍ଲାରେ 25 ଭାଗ ପିଲା ଉଚ୍ଚତାରେ କମ୍ ।  20 ଭାଗ ପିଲା ଓଜନ ଓ ଉଚ୍ଚତାରେ କମ୍ । ନଗଡାର ଅନାହାର କଥା ଉଠାଇଲେ ଧର୍ମେନ୍ଦ୍ର । ଯାଜପୁରର ଯୁବକମାନଙ୍କୁ ନିଜ ଜିଲ୍ଲାରେ କାମ ମିଳୁନାହିଁ । ରାଜନୀତିରେ ନେତା ଭଡ଼ାରେ ଅଣାଯାଏ କି ? ନବୀନ ପଟ୍ଟନାୟକ ତାମିଲନାଡୁର ଲୋକଙ୍କୁ ନେତା କରିବା ପାଇଁ ଭଡ଼ାରେ ଆଣିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । 

ଆହୁରି ପଢନ୍ତୁ ରାଜନୀତି ଖବର...
 

ରାଜ୍ୟରେ ଲାଗୁ ହେବ
21m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର