ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
by Argus News
Mon, Mar 25 | 7:13 a.m.

ଅର୍ଗସ ବ୍ୟୁରୋ:  ଘୋଷଣା ହେଲା ବିଜେପିର ପ୍ରାର୍ଥୀ ତାଲିକା । ରାଜ୍ୟର ୨୧ ଲୋକସଭା ଆସନରୁ ୧୮ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ତେବେ ପଶ୍ଚିମ ଓଡ଼ିଶା ତଥା ହାଇପ୍ରୋଫାଇଲ ଆସନ ସମ୍ବଲପୁରରୁ ଏଥର ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ସ୍ଥାନୀୟ ଅଂଚଳର ଭୋଟର ବେଶ ଖୁସି ହୋଇଛନ୍ତି । ଏମିତିକି ବାଣ ଫୁଟାଇ ସେଲିବ୍ରେସନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ ? ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି।

ଓଡ଼ିଶାରେ ଏଥର ଡବଲ୍ ଇଞ୍ଜିନ ସରକାର। ରାଜ୍ୟରେ ଆବଶ୍ୟକ ନବକଳେବର। ଓଡ଼ିଶାରେ ଗରିବଙ୍କ କଲ୍ୟାଣ, ମାତୃଶକ୍ତିଙ୍କ ଉତ୍ଥାନ, ଯୁବକଙ୍କ ସଶକ୍ତିକରଣ, ବଞ୍ଚିତ ବର୍ଗର ବିକାଶ ପାଇଁ ଓଡ଼ିଶାରେ ପରିବର୍ତ୍ତନର ରହିଛି ଆବଶ୍ୟକତା। ଓଡ଼ିଶା ସହ ଦେଶରେ ଡବଲ୍ ଇଞ୍ଜିନ ସରକାର ଦରକାର। ପିଏମ ମୋଦିଙ୍କ ଦଶ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ପ୍ରୟାସ କରିବୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତକାଲି ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ସପରିବାର ପୁରୀରେ ପହଞ୍ଚିବା ସହ ଜଗା ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ସେବାୟତ ଓ ବିଜେପି ନେତା ଓ କର୍ମୀଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ପତ୍ନୀ ଓ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସମେତ ଅନ୍ୟ ବିଜେପି ନେତା ଓ କର୍ମୀଙ୍କ ସହ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

 

୩୦ ଜଣ କର୍ମଚାରୀଙ୍କୁ
11m ago
୩୦ ଜଣ କର୍ମଚାରୀଙ୍କୁ ବହିଷ୍କାର: ଅନ୍ୟମାନେ ୪ଟା ସୁଦ୍ଧା ଯୋଗଦେବାକୁ ନିର୍ଦ୍ଦେଶ ଦେଲା ଏୟାର ଇଣ୍ଡିଆ
ଅର୍ଗସ ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ ୩୦ ଜଣ କ୍ରୁ ସଦସ୍ୟଙ୍କୁ ବହିଷ୍କାର କରିଛି କମ୍ପାନି। ପୂର୍ବରୁ ନ ଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡି
SILENCE
20m ago
୧୨ ମିନିଟ୍‌ ନିରବ ରୁହନ୍ତୁ, ଚମତ୍କାର ଫାଇଦା ପାଆନ୍ତୁ...
ଅର୍ଗସ ବ୍ୟୁରୋ: ନିରବ ରୁହନ୍ତୁ। ଦୂର ହେବ ଚାପ । ପ୍ରତ୍ୟେକ ଦିନ କରନ୍ତୁ ଏହି କାମ କରନ୍ତୁ । ଦୂର ହୋଇଯିବ ଆପଣଙ୍କ ସମସ୍ତ ଚାପ। ବିଶ୍ୱାସ ହେଉନାହିଁ ଯଦି ଥରେ କରିକ
ସମୁଦ୍ର
38m ago
ରହସ୍ୟମୟ ସମୁଦ୍ର! ପହଁରିବା ନଜାଣିଥିଲେ ବି ବୁଡିବେନି
ଅର୍ଗସ ବ୍ୟୁରୋ : ପହଁରିବା ନଶିଖିଥିଲେ ପାଣିରେ କିଏ ବି ବୁଡ଼ିଯିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୃଥିବୀ ପୃଷ୍ଠରେ ଏମିତି ଏକ ସମୁଦ୍ର ଅଛି ଯେଉଁଠି ଆପଣ ପହଁରିବା ନଜାଣିଥିଲେ ବ