ଡାଇରିଆ ପାଇଁ ଫିକା ପଡିଲା ନୂଆଖାଇ
by Argus News
Sun, Sep 08 | 6:29 p.m.

ଅର୍ଗସ ବ୍ୟୁରୋ:  ଡାଇରିଆ ପାଇଁ ଫିକା ପଡିଲା ନୂଆଖାଇ। ଦୁର୍ଗମ ଅଞ୍ଚଳରେ ଡ଼ାଇରିଆ ଆତଙ୍କ । ଝାଡାବାନ୍ତିରେ ଜୀବନ ଯାଉଥିବା ବେଳେ ଅନେକ ଡାଇରିଆ ରୋଗୀ ଚିକିତ୍ସାଧିନ ଅଛନ୍ତି । ବଲାଙ୍ଗୀର ଆଦିବାସୀ ଅଧୁଷିତ ବଙ୍ଗୋମୁଣ୍ଡା ବ୍ଲକର ଶେଷ ସୀମା  ଚାନ୍ଦୋତରା ଗାଁରେ ଡାଇରିଆ ଆତଙ୍କ ବଢିବାରେ ଲାଗିଛି ।  ଗାଁର ପ୍ରାୟ ୩୦ ରୁ ଅଧିକ ଲୋକେ  ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ  ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।  ଝାଡାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି।

ଝାଡ଼ାବାନ୍ତି ପରେ ରୋଗୀଙ୍କୁ  ପ୍ରଥମେ ସିନ୍ଧେକେଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ରୋଗୀଙ୍କୁ  ବଲାଙ୍ଗୀର, ଟିଟିଲାଗଡ, ଭବାନୀପାଟଣା, ଖଡ଼ିଆଳ ସହ ବିଭିନ୍ନ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଉଛି । ରୋଗ ପାଇଁ ଗାଁ ଲୋକେ ଆତଙ୍କିତ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ତେବେ ଝାଡାବାନ୍ତି ବ୍ୟାପିବାର ପ୍ରକୃତ କାରଣ ବର୍ତ୍ତମାନ ଯାଏଁ ଜଣା ପଡିନ୍ତି। ତେବେ ନଦୀ ପାଣି ପିଇ ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି । ଗୋଟିଏ ପଟେ ନୂଆଖାଇ ପାଇଁ ପଶ୍ଚିମ ଓଡିଶା ଉତ୍ସଵ ମୁଖର ଥିବା ବେଳେ ଚାନ୍ଦୋତରା ଗାଁରେ ଡାଇରିଆ ଆତଙ୍କ ପାର୍ବଣକୁ ଫିକା କରି ଦେଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ରାଜଧାନୀରେ
10m ago
ରାଜଧାନୀରେ ପୁଣି ବୋମାମାଡ: ୩ଟି ବୋମା ଫିଙ୍ଗିଲେ ଦୁର୍ବୁତ୍ତ
ଅର୍ଗସ ବ୍ୟୁରୋ: ରାଜଧାନୀରେ ପୁଣି ବୋମାମାଡ଼ ହୋଇଛି। କ୍ୟାପିଟାଲ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ବୋମାମାଡ ହୋଇଛି। ୨ଜଣ ଯୁବକ ବାଇକରେ ଆସି ଦୁଇଟି ସ୍ଥାନରେ ୩ଟି ବୋମା ପକାଇ ଫେରାର
ରାଜ୍ୟରେ
27m ago
ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ। ଶରଧାବାଲିରେ ୧୦୦ ଦିନର ହିସାବ ଦେବେ ସରକାର। ସଂକଳ୍ପ ପତ୍ରର ପ୍ରତିଶ୍ରୁତି ପୂରଣ ପାଇଁ ଜୁନ ୧୨ରେ ଶପଥ ନେଇଥିଲା ନୂ
ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର