ପାଣି ପାଇଁ ହାହାକାର,  ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି
by Argus News
Wed, Apr 03 | 1:44 p.m.

ଅର୍ଗସ ବ୍ୟୁରୋ:  ସାରା ରାଜ୍ୟରେ ପାଣି ପାଇଁ ହାହାକାର। ବିଶୁଦ୍ଧ ପାଣି ଯୋଗଇବାରେ ଚବିଶି ବର୍ଷର ବିଜେଡି ସରକାର ବିଫଳ ହୋଇଛନ୍ତି ।  ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି । ପାଣି ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ବୁନ୍ଦେ ବିଶୁଦ୍ଧ ପାଣି ଦେବାରେ ବିଫଳ ଏଇ ସରକାର । ଶୁଦ୍ଧ ପାଣି ଯୋଗାଇବାରେ ଫେଲ୍ 24 ବର୍ଷର ବିଜେଡି ସରକାର। ଏବେ ସମ୍ବଲପୁରରେ ପାଣି ଅପାରଗତା ଲୁଚାଇବାକୁ ମିଛ ପ୍ରଚାର। ସମ୍ବଲପୁର ଓ ହୀରାକୁଦରେ  ସରକାରଙ୍କ ଅପାରଗତା  ସାମ୍ନାକୁ ଆସିଛି ।  ହୀରାକୁଦରେ ଦୂଷିତ ପାଣି ପିଇବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଲା।  3 ଜଣଙ୍କ ଜୀବନ ଗଲା ଶହେରୁ ଅଧିକ ଆକ୍ରାନ୍ତ ହେଲେଣି । ହୀରାକୁଦ ପରେ ସମ୍ବଲପୁରରେ ବି ବ୍ୟାପିଲା ଝାଡ଼ାବାନ୍ତି। ଧରାପଡ଼ିଗଲା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ରାଜ୍ୟ ସରକାରଙ୍କ ମିଛ ପ୍ରଚାର। ବଦନାମ ହେଲେ ବିଜେଡି ସରକାର। 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ମଧ୍ୟ କହିଛନ୍ତି ଯେ, ଗାଁରେ ଶୁଦ୍ଧ ପିଇବା ପାଣି ନାହିଁ। ଲୋକେ କିପରି ରହିବେ କଣ କରିବେ, ତାକୁ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର ପ୍ରଧାନ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ