ଡିପଥେରିଆ ସଂକ୍ରମଣ; ରାୟଗଡା କାଶୀପୁରରେ କାଲିଠୁ ଦିଆଯିବ ବୁଷ୍ଟର ଡୋଜ
by Argus News
Tue, Jun 18 | 1:54 p.m.

ଭୁବନେଶ୍ୱର:  ଡିପଥେରିଆ ସଂକ୍ରମଣ ବଢିବା ପରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ । ରାୟଗଡା କାଶୀପୁରରେ କାଲି ଠାରୁ ଦିଆଯିବ ବୁଷ୍ଟର ଡୋଜ ଟୀକା ।  1 ବର୍ଷ ବୟସ ଭିତର ଶିଶୁଙ୍କୁ ପେଣ୍ଟା ଡୋଜ୍ ଦିଆଯିବ । 5 ରୁ 15 ବର୍ଷ ବୟସ୍କ ଙ୍କୁ TD ଡୋଜ ଦିଆଯିବ ।  ସର୍ଭିଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଂଚଳ ରେ ବୁଷ୍ଟର ଡୋଜ ଦିଆଯିବ । ଏବେ ଗାଡଲାଇନ ଅନୁସାରେ ସଂକ୍ରମଣ ଅଞ୍ଚଳରେ ସର୍ଭିଲେନ୍ସ ଚାଲିଛି ।

ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ୍ ଦିଆଯାଇଛି । ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ଆଗକୁ ହେବ ସର୍ଭିଲେନ୍ସ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଧେଶିକା ଡା ସଂଯୁକ୍ତା ସାହୁ । 

ଅନ୍ୟପଟେ ବ୍ରହ୍ମପୁର MKCG ରେ ଡିପଥେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଶିଶୁ ବିଭାଗ ଆଇସୋଲେସନ୍ ୱାର୍ଡରେ 4 ଜଣ ଡିପଥେରିଆ ରୋଗୀ ଚିକିତ୍ସତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କୋରାପୁଟ ବନ୍ଧୁଗାଁ କୁମ୍ଭାରୀପୂଟ ଗାଁର ସୁବାରାଓ ମେଲେକାଙ୍କ ୧୦ବର୍ଷର ପୁଅ ଜିପୁନ ମେଲେକାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ବର୍ତ୍ତମାନ ଶିଶୁଟିର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏହାସହ ଅନ୍ୟ ତିନିଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବଭାବିକ ରହିଥିବା ସୂଚନା ମିଳିଛି । ପୂର୍ବରୁ ରାୟଗଡ଼ା କାଶୀପୁର ବ୍ଲକ ମୁନୁସପଦର ଗାଁରେ 5 ଜଣଙ୍କ ଡିପଥେରିଆରେ ମୃତ୍ୟୁ ହୋଇଥିଲା ।

ଆହୁରି ପଢନ୍ତୁ ଓଡିଶା ଖବର...

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ