ଡବଲ୍ ସୋ ନେଇ ଟିକେଟ୍ ବିକ୍ରି ପରେ ଥାନାର ଦ୍ୱାରସ୍ଥ ହେଲେ ଯାତ୍ରା କମିଟି
by Argus News
Sat, Feb 24 | 1:51 p.m.

ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରାକୁ ବଢ଼ିଲା ବିବାଦ । ଖଣ୍ଡଗିରି ଯାତ୍ରାରେ ଡବଲ ସୋ ନେଇ ଥାନାରେ ଫେରାଦ ହେଲା ଯାତ୍ରା କମିଟି ।  ସେଭେନ୍ ନାଇଟ ସୋ ରେ ଦୁଇଟି ଯାତ୍ରା କମିଟି ଡବଲ ସୋ କରିବା ନେଇ ଟିକେଟ ବିକ୍ରି ପରେ ବାକି 4 ଟି ଯାତ୍ରା କମିଟି ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । 

ପୋଲିସ ଓ ବିଏମସିର ଗାଇଡ ଲାଇନ ଅନୁସାରେ କୌଣସି ଯାତ୍ରା କମିଟି ଯାତ୍ରା ପାର୍ଟିକୁ ଡବଲ ସୋ ପାଇଁ ଅନୁମତି ଦେଇ ପାରିବେ  ନାହିଁ । ହେଲେ ମହତାବ ଯାତ୍ରା କମିଟି ଓ ଇନ୍ଦିରା ଯାତ୍ରା କମିଟି ଏହି ନିୟମ ଭଙ୍ଗ କରିଥିବା ଅଭିଯୋଗ ଆଣିଛନ୍ତି ସାଇ ନୀଳାଦ୍ରି, ସନାତନ, ମା ମଙ୍ଗଳା ଓ ଜୟଦୂର୍ଗା ଯାତ୍ରା କମିଟି । 

ପୋଲିସ କମିଶନର, ସ୍ଥାନୀୟ ଏ. ସି .ପି ଓ ବିଏମସିର ଅଧିକାରୀ ଡବଲ ସୋ କରିବା ନେଇ କଟକଣା ଜାରି କରିଥିବାବେଳେ କାହିଁକି ଏହାକୁ ବାଟବଣା କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି 4ଟି ଯାତ୍ରା କମିଟି । ଖଣ୍ଡଗିରିରେ ସାଧୁସନ୍ଥ ମାନଙ୍କର ଭିଡ ଜମୁଛି, ଶ୍ରଦ୍ଧାଳୁ ଆସୁଛନ୍ତି, ବ୍ୟବସାୟ ଜମୁଛି , ଏକ୍ରାମ ମହୋତ୍ସବ ଚାଲିଛି । ଯଦି ସନ୍ଧ୍ୟା 6 ରୁ ରାତି 12 ଯାଏଁ ସୋ ଚାଲିବ ତେବେ ଟ୍ରାଫିକ ଜାମ ହେବ । ଲୋକମାନେ ହଇରାଣ ହେବେ । ଯାହାକୁ ନେଇ କଟକଣା ଜାରି କରାଯାଇଥିଲା । 

କିନ୍ତୁ ମହତାବ ଯାତ୍ରା କମିଟିରେ ତୁଳସୀ ଗଣନାଟ୍ୟ, ଇନ୍ଦିରା ଯାତ୍ରା କମିଟିରେ ଶିବାନୀ ଗଣନାଟ୍ୟ ଡବଲ ସୋ ଆଜି ଠାରୁ କରିବା ନେଇ ବିବାଦ ଉପୁଜିଛି । ଆଜି 'ସେଭେନ ନାଇଟ ସୋ' ରେ ମା ମଙ୍ଗଳାରେ ସ୍ଵର୍ଣ୍ଣ ମହଲ, ସାଇ ନୀଳାଦ୍ରିରେ ରଙ୍ଗ ମହଲ, ସନାତନରେ ସୂର୍ଯ୍ୟ ମନ୍ଦିର ଓ ଜୟ ଦୂର୍ଗାରେ ସ୍ବପ୍ନ ମହଲ ଅପେରା ପଡ଼ିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ରାଜ୍ୟରେ ଲାଗୁ ହେବ
9m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର