ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସରେ ବଢ଼ୁଛି ଅସନ୍ତୋଷ
by Argus News
Sat, Jun 22 | 7:47 p.m.

ଅର୍ଗସ ବ୍ୟୁରୋ:  ଆସନ ବଢ଼ିଲା ହେଲେ ଭୋଟ ପ୍ରତିଶତ କମିଲା । ୯ ରୁ ୯୦ କୁ ନାରା ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିବା କଂଗ୍ରେସ ୧୪ ରେ ଅଟକି ଗଲା । ଆଉ ଗତ ସାଧାରଣ ନିର୍ବାଚନରେ 16 ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ ଏଥର ପୁଣି ଖସି 13. 26ରେ ସୀମତି ରହିଲା। ଏଭଳି ସ୍ଥିତିତରେ ପିସିସି ସଭାପତିଙ୍କ ଉପରେ କଂଗ୍ରେସ କର୍ମୀ ଙ୍କ କାଳିମାଡ ପରେ ସଭାପତି ପରିବର୍ତ୍ତନ ପାଇଁ ଦଳୀୟ ମହଲରେ ଜୋର ଧରିଛି ଚର୍ଚ୍ଚା । ରାଜ୍ୟରେ ଦଳ ର ଖରାପ ପ୍ରଦର୍ଶନ କାରଣ ଖୋଜିବାକୁ କେନ୍ଦ୍ରୀୟ ନେତା ଅଜୟ ମାକନ ଓ ତାରିକ ଅନଓ୍ବାର ଙ୍କୁ ଦାୟୀତ୍ବ ଦିଆଯାଇଛି । ବରିଷ୍ଠ ନେତାଙ୍କ ସହ ଆଲୋଚନା ବେଳେ ସଭାପତି ଙ୍କୁ ଦାବୀ କରିପାରନ୍ତି ବୋଲି ସୂଚନା ମିଳିଛି।

ନିର୍ବାଚନ ଫଳାଫଳ ଆସିବା ପରେ ଦଳ ଭିତରେ ଆରମ୍ଭ ହେଲା ଦୋଷ ଠେଲା ଠେଲି । ଦଳ ବିରୋଧୀ କାମ କରିଥିବା ଦର୍ଶାଇ କଟକର ଜିଲ୍ଲା ସଭାପତି ମାନସ ଚୌଧୁରୀ ଙ୍କୁ ଦଳ ରୁ ବହିଷ୍କାର କରିଥିବା ବେଳେ କେଟ ବିକ୍ରିର ଅଭିଯୋଗ ଆଣିଥିଲେ ମାନସ । ସେହିପରି କଂଗ୍ରେସ ପ୍ରଚାର ଗାଡି ଓ ଗ୍ୟାରେଣ୍ଟି କାର୍ଡ ବଣ୍ଟା ହେବା ପାଇଁ ଆସିଥିବା ଟଙ୍କା ହେରଫେର ନେଇ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆସିଲା । ଦାୟୀତ୍ବ ରେ ଥିବା ନେତା ସଞ୍ଜୟ ତ୍ରୀପାଠୀଙ୍କୁ ଦଳରୁ ବହାର କରାଯାଇଥିବା ବେଳେ ମାମଲା ଥାନା ଯାଏ ଗଲା ।

ପିସିସି ସଭାପତି ପରିବର୍ତ୍ତନ ପାଇଁ କଂଗ୍ରେସ ରେ ଗୋଷ୍ଠୀ କନ୍ଦଳ କିଛି ନୂଆ ନୁହେଁ । ହେଲେ ଦଳ ଭିତରେ ଚାଲିଥିବା ବିଶୃଙ୍ଖଳା ର ପ୍ରଭାବ ସିଧା ସଳଖ ଦଳୀୟ ସଙ୍ଗଠନ ରେ ପଡିଛି । ରାଜ୍ୟରେ ଏଥର ସରକାର ବିରୋଧୀ ହାଓ୍ବା ବହିଥିବା ବେଳେ କଂଗ୍ରେସ କିନ୍ତୁ ଅଧିକାଂଶ ଆସନରେ ଅମାନତ ହରାଇଛି । ଏଭଳି ସ୍ଥିତି ରେ ସଙ୍ଗଠନ ନସଜାଡିଲେ ଆହୁରି ପଛକୁ ଠେଲି ହୋଇଯିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:  
 

ବିଜେଡି
now
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
57m ago
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ