ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ପୂରିଲା 2 ବର୍ଷ
by Argus News
Thu, Jul 25 | 4:06 p.m.

ଅର୍ଗସ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ପୂରିଲା 2 ବର୍ଷ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଗହଣରେ ସମୟ ବିତାଇଛନ୍ତି ରାଷ୍ଟ୍ରପତି । ଦିଲ୍ଲୀର ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛନ୍ତି । 

 

9 ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଜଳବାୟୁ ପରିବର୍ତ୍ତନକୁ ନେଇ ବୁଝାଇଛନ୍ତି । ଜଳ ସଂରକ୍ଷଣ ଓ ବୃକ୍ଷରୋପଣ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେଥିପାଇଁ ଆମକୁ ଗଛ ଲଗାଇବା ଉଚିତ୍ । ଜଳ ଅପଚୟକୁ ହ୍ରାସ କରିବା ଏବଂ ବର୍ଷା ଜଳ ଅମଳ ମାଧ୍ୟମରେ ଏହାକୁ ସଂରକ୍ଷଣ କରିବା ପାଇଁ ମଧ୍ୟ ପଦକ୍ଷେପ ନେବା ଉଚିତ୍ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ମୁର୍ମୁ ବାୟୁ ପ୍ରଦୂଷଣ ବିଷୟରେ ମଧ୍ୟ ଆଲୋଚନା କରି ଏହାର ପ୍ରଭାବକୁ ହ୍ରାସ କରିବାର କଣ ଉପାୟ ହେବା ଉଚିତ୍ ବୋଲି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । 

ଛାତ୍ରଛାତ୍ରୀମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ପାଖରେ ପାଇ ବେଶ ଖୁସି ଅନୁଭବ କରିଥିଲେ । ନିଜ ଜୀବନର ଲକ୍ଷ ବିଷୟରେ କହିଥିଲେ । ପିଲାଙ୍କ ଗହଣରେ ରହି ରାଷ୍ଟ୍ରପତି ମୁର୍ମୁ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି । ନବମ ଶ୍ରେଣୀରେ ପଢୁଥିବାବେଳେ ଛାତ୍ରଛାତ୍ରୀ ଗ୍ଲୋବାଲ୍ ୱାର୍ମିଂକୁ ନେଇ ବେଶ ସଚେତନ ଅଛନ୍ତି । ଯେବେ ଏମାନେ ବଡ ହୋଇଯିବେ ଗ୍ଲୋବଲ୍ ୱାର୍ମିଂ ନିଶ୍ଚିତ ଭାବରେ ହ୍ରାସ ପାଇବ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଦ୍ରୌପଦୀ ମୁର୍ମୁ ।  

 

ଶ୍ରୀମତୀ ମୁର୍ମୁ 2022 ମସିହାରେ ଜୁଲାଇ 25ରେ ଭାରତର 15 ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ । 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା