ଦୀର୍ଘ ୨୪ ବର୍ଷ ପରେ ବି ସୁଧୁରୁନି ପାନୀୟ ଜଳ ସମସ୍ୟା
by Argus News
Mon, May 27 | 6:43 p.m.

ଅର୍ଗସ ବ୍ୟୁରୋ:  ପାଣି ପାଇଁ ହାହାକାର, ପାନୀୟ ଜଳ ପାଇଁ ଡହଳବିକଳ। ଚୂଆ ପାଣି ଏକମାତ୍ର ଭରସା। ରାଜ୍ୟ ସରକାରଙ୍କ "ବସୁଧା" ଓ "ଡ୍ରିଙ୍କ ଫ୍ରମ ଟେପ୍" ଯୋଜନା ଏଠି ଦିବାସ୍ଵପ୍ନ। ବାଙ୍ଗିରିପୋଷି ବଡ଼ଗାଁ ପଞ୍ଚାୟତର ୪ ନଂ ୱର୍ଡ ର। ପାଣି ପାଇଁ ଏଠି ବିଲ, ଜଙ୍ଗଲ ରାସ୍ତା ଦେଇ ମାଇଲମାଇଲ ଚାଲିବା ପରେ ପଡେ ଏହି ଚୂଆ । ଗାଁଠୁ ଦୁରରେ ବହିଯାଇଥିବା ଏହି ଖାଲରୁ ପାଣି ଆଣୁଛନ୍ତି ଗ୍ରାମବାସୀ। ହାତରେ ଗଗାରା, ବାଲ୍ଟି ନେଇ ଖାଲରେ ବାଲି ଚୂଆ କରି ପାଣି ଆଣୁଛନ୍ତି। ବାଙ୍ଗିରିପୋଷି ବ୍ଲକ ବଡଗାଁ ପଞ୍ଚାୟତର ୬୦ ପରିବାର ଜଳ କଷ୍ଟରେ ରହୁଛନ୍ତି। ପାଣି ପାଇଁ ଗାଁରେ ଗୋଟାଏ ଟ୍ୟୁବ୍ୱେଲ୍ ଅଛି ମାତ୍ର ସେ ଅକାମୀ। ବେଳେ ବେଳେ ପାଣି ବାହାରିଲେ ବାହୁରୁଛି ନାଲି ପାଣି ଯାହା ବ୍ୟବହାର ଉପଯୋଗୀ ନୁହେଁ। ଏପଟେ ଖରା ଦିନ ଆସିବା ପରେ କୂଅ ଶୁଖିଯାଇଛି।

ବାଙ୍ଗିରିପୋଷି ବ୍ଲକ, ବଡଗାଁ ପଞ୍ଚାୟତର ଜଳ ସମସ୍ୟା ସବୁଠାରୁ ବଡ଼ ସମସ୍ୟା। ଏ ନେଇ ଗାଁ ପରିଚାଳନା କମିଟି ପକ୍ଷରୁ ଗାଁ ସରପଞ୍ଚ, ବିଡ଼ିଓଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ହୋଇନାହିଁ ସମାଧାନ। କାଗଜ କଲମରେ ସୀମିତ ରାଜ୍ୟ ସରକାରଙ୍କ ଯୋଜନା । ଏଠି ପ୍ରଚାରରେ ସିମିତ "ବସୁଧା" ଓ "ଡ୍ରିଙ୍କ ଫ୍ରମ ଟେପ୍"। ଏବେବି ଚୂଆ ପାଣି ଭରସାରେ ରାଜ୍ୟର ବହୁ ଦୁର୍ଗମଅଞ୍ଚଳ। ଏଠି ପ୍ରଶ୍ନ ଉଠୁଛି ଏମିତି ଆଉ କେତେ ଦିନ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ