ଏନଏସି ଘୋଷଣା ନ ହେବା ନେଇ ଆସନ୍ତା ୨୮ ତାରିଖରେ ବାମରା ବନ୍ଦ ଡାକରା
by Argus News
Mon, Feb 26 | 12:42 p.m.

ଅର୍ଗସ ବ୍ୟୁରୋ: ଏନଏସି ଘୋଷଣାକୁ ନେଇ ବଢୁଛି ତୀବ୍ର ଅସନ୍ତୋଷ। କିଛି ସ୍ଥାନକୁ ସରକାର ଏନଏସି ଘୋଷଣା କରିଥିବା ବେଳେ କିଛି ସ୍ଥାନକୁ ବାରମ୍ବାର ଦାବି ପରେ ଘୋଷଣା ନ କରିବାରୁ ଦେଖିବାକୁ ମିଳିଲାଣି ବିରୋଧ। ଗତ ପ୍ରାୟ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ହେବ ବାମରାକୁ ଏନଏସି ଘୋଷଣା କରାଯିବାକୁ ବିଭିନ୍ନ ସ୍ତରରେ ଦାବି ହୋଇ ଆସୁଥିଲେ ହେଁ ବାମରା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 

ଏନଏସି ପାଇଁ ସରକାରୀସ୍ତରରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡ ପୂରଣ କରୁଥିବା ତଥା ନିୟମ ଅନୁସାରେ ପ୍ରତ୍ୟେକ ବିନ୍ଦୁ ସ୍ପର୍ଶ କରୁଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଅଞ୍ଚଳବାସୀଙ୍କୁ ଆଘାତ ଦେଇଛି ବୋଲି ଅଭିଯୋଗ ଆଣିଛନ୍ତି। ବାମରା ଡାକବଙ୍ଗଳାରେ ବିଭିନ୍ନ ସାମାଜିକ ସଂଗଠନ ଏକ ବୈଠକ ବସି ସରକାରଙ୍କ ବୈମାତୃକ ମନୋଭାବକୁ ତୀବ୍ର ବିରୋଧ କରିଛନ୍ତି। ଯାହାର ପ୍ରତିବାଦରେ ବାମରା ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଅନୁଷ୍ଠାନ, ବ୍ୟାଙ୍କ, ଦୋକାନବଜାର ବନ୍ଦ ରହିବା ସହିତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ