ଶିକ୍ଷକ ଅଭାବ ନେଇ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ
by Argus News
Fri, Aug 23 | 7:49 p.m.

ଅର୍ଗସ ବ୍ୟୁରୋ: ଶିକ୍ଷକ ଅଭାବ ନେଇ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ସରକାରୀ ସେବାଶ୍ରମକୁ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଅଭିଭାବକ ଓ ପଞ୍ଚାୟତ ଅଞ୍ଚଳବାସୀ ଶିକ୍ଷକ ଅଭାବକୁ ପୂରଣ କରିବା ସେମାନଙ୍କ ପାଇଁ ଏହି ଆନ୍ଦୋଳନ କରାଯାଇଥିବା କୁହାଯାଇଛି। 

ବିଦ୍ୟାଳୟରେ ୮ ଜଣ ଶିକ୍ଷୟିତ୍ରୀ/ଶିକ୍ଷକ ରହିବା କଥା। କିନ୍ତୁ  ପ୍ରଧାନଶିକ୍ଷକଙ୍କୁ ମିଶାଇ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଥିବା ବେଳେ ୨ଦିନ ତଳେ ଜଣେ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି  ଶିକ୍ଷକ ସମସ୍ୟା ନେଇ  ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ, ଜିଲା ମଙ୍ଗଳ ଅଧିକାରୀ, ସ୍ଥାନୀୟ ବିଡିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। 

ତାଙ୍କୁ ମିଶାଇ ମାତ୍ର ୩ ଜଣ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଇବାକୁ ରହିଥିବା ବେଳେ ପ୍ରଧାନଶିକ୍ଷକଙ୍କୁ ଅନେକ ସରକାରୀ କାର୍ଯ୍ୟ ବିଭିନ୍ନ ତାଲିମ ଆଦିରେ ବ୍ୟସ୍ତ ରହୁଥିବା ବେଳେ  ବିଦ୍ୟାଳୟ ରେ  ଆଠଟି ଶ୍ରେଣୀର ମୋଟ ୨୪୩ ଜଣ ଛାତ୍ର ଛାତ୍ରୀଙ୍କୁ ମାତ୍ର ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଇବା ସମ୍ଭବ ହେଉନାହିଁ। ୨ଟି ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ଆଉ ୬ଟି ଶ୍ରେଣୀର ଛାତ୍ରୀଛାତ୍ର ବସିବସି ଆସୁଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତ।  

ଶିକ୍ଷକ ପୂରଣ ନ ହେବା ପର୍ଯ୍ୟନ୍ତ ଏହି  ଆନ୍ଦୋଳନ ଜାରି ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଏଏସଆଇପି ଶ୍ରୀନିବାସ ରାଓ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ବିଦ୍ୟାଳୟରେ ପହଞ୍ଚି ଅଞ୍ଚଳବାସୀଙ୍କୁ ବୁଝାଶୁଝା କରିଥିଲେ ସୁଦ୍ଧା ସେମାନେ ନିଜ ଜିଦରେ ଅଟଳ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ