ଦୁଇ ପୁଅର ବିବାଦ ଯୋଗୁ 30 ଘଣ୍ଟା ହେବ ଶବ ଡାକ୍ତରଖାନାରେ ପଡି ରହିଛି 
by Argus News
Wed, Nov 29 | 1:06 p.m.

ବାଲେଶ୍ୱର: ହଜିଗଲା ମାନବିକତା, ଦୁଇ ପୁଅ ର ବିବାଦ ଯୋଗୁ 30 ଘଣ୍ଟା ହେବ ଶବ ସତ୍କାର ନହୋଇ ସୋର ଡାକ୍ତରଖାନା ଶବ ଗୃହରେ ପଡ଼ିରହିଛି ମାର ଶବ l ଏମିତି କିଛି ଅଭାବନିୟ ଘଟଣା ସାମ୍ନାକୁ ଆସିଛି ସୋର ଥାନା ବାଳଙ୍ଗ ପଂଚାୟତ ସିମୁଳିଆ ଗ୍ରାମରୁ। ମାଳତୀ ବାରିକଙ୍କର ଦୁଇପୁଅଙ୍କ ମଧ୍ୟରୁ ବଡ଼ପୁଅ ନନ୍ଦକିଶୋର ବାରିକ ଘର ଠାରୁ  ଅଲଗା ହୋଇ ରହୁଥିବା ବେଳେ ମାଳତୀ ଦୀର୍ଘବର୍ଷ ଧରି ସାନ ପୁଅ ଗୋବିନ୍ଦ ବାରିକ ପାଖରେ ରହୁଥିଲେ।

ମଙ୍ଗଳବାର ସକାଳେ ମାଳତୀ ଘର ପାଖରେ ପଡିଯାଇଥିବା ବେଳେ ସାନ ବୋହୁ ଏକ ଅଟୋରେ ମାଳତୀଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ସେ  ଶବ ବ୍ୟବଚ୍ଛେଦ ନକରାଇ ଘରକୁ ନେଇଯାଇଥିଲେ। ଏ ବାବଦରେ ବଡ଼ ପୁଅ ନନ୍ଦକିଶୋର ଜାଣିବା ପରେ ତାଙ୍କ ମାକୁ ହତ୍ୟା କରାଯାଇଥିବାର ଅଭିଯୋଗ ନେଇ  ଶବ ବ୍ୟବଚ୍ଛେଦ ପାଇଁ ପୁନଶ୍ଚ ସୋର ଡାକ୍ତରଖାନାରେ ପହଞ୍ଚିଥିଲେ। ବଡପୁଅ ଥାନା ରେ ଅଭିଯୋଗ କରିବା ପରେ  ପୁଲିସ ଡାକ୍ତରଖାନାରେ ପହଁଚି ଶବ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ଦୁଇ ପୁଅ ଙ୍କ ବିବାଦ ପାଇଁ ମାର ଶବ ସତ୍କାର ହୋଇପାରୁନଥିବା ଦେଖିବାକୁ ମିଳିଛି। 

ଅଧିକ ପଢନ୍ତୁ ଓଡିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ