ବିଳମ୍ବିତରେ ଶିକ୍ଷକ ଆସିବା ଯୋଗୁଁ, ସ୍କୁଲ୍ ଗେଟରେ ପଡ଼ିଲା ତାଲା
by Argus News
Tue, Jan 30 | 3:37 p.m.

ଅର୍ଗସ ବ୍ୟୁରୋ : ବିଳମ୍ବିତରେ ଶିକ୍ଷକ ଆସିବା ଯୋଗୁଁ ଗେଟରେ ତାଲା ପକାଇଲେ ଶିକ୍ଷାକମିଟି । ପିଲାମାନେ ବିଶୃଙ୍ଖଳା ହୋଇ ସ୍କୁଲ ସମୟରେ ପାଚେରୀ ଉପରେ ବୁଲିବା ଏସବୁ ଅଭିଯୋଗ ନେଇ ପୂର୍ବରୁ ବିଇଓଙ୍କୁ ଅଭିଯୋଗ କରିଥିଲେ ଶିକ୍ଷା କମିଟି । ଆଜି ସକାଳ ୧୧ଟା ପର୍ଯ୍ୟନ୍ତ କୌଣସି ଶିକ୍ଷକ ସ୍କୁଲକୁ ନଆସିବାରୁ ଗେଟରେ ତାଲା ପକାଇ ପ୍ରତିବାଦ କଲେ ସମସ୍ତ ଶିକ୍ଷାକମିଟି ସଦସ୍ୟ । 

ଶେଷରେ ଏହା ଦେଖୁ ସ୍କୁଲ ଚାରିପଟ ପାଚେରୀ ଡେଇଁ ଶିକ୍ଷକମାନେ ସ୍କୁଲକୁ ଯିବାକୁ ପଡିଲା । ଘଟଣା ସ୍ଥଳକୁ ରେଢାଖୋଲ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସବୁଦିନ ଏଭଳି ଅବ୍ୟବସ୍ଥାରେ ଚାଲିଛି ପାଠପଢା, ପ୍ରଧାନ ଶିକ୍ଷୟତ୍ରୀଙ୍କ ମନଇଛା କାରବାର ଡ୍ରେସକୋଡ଼ରେ ସ୍କୁଲକୁ ନଆସିବା, ମଧ୍ୟାହ୍ନ ଭୋଜନରେ ହେରଫେର । ଏହାକୁ ନେଇ ଶିକ୍ଷକମାନଙ୍କ ବଦଳି ଦାବି କରି ପ୍ରତିବାଦ କରି ତାଲା ପକାଇଛୁ ବୋଲି ଶିକ୍ଷାକମିଟି କହିଛି । ଅଭିଯୋଗ ଆଧାରରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏବିଇଓ କହିଛନ୍ତି । 
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ