ଆଜିବି ଚୁଆ ଭରସାରେ ଅଞ୍ଚଳବାସୀ
by Argus News
Sat, Oct 26 | 6:43 p.m.

ନୂଆପଡା: ଦୁର୍ଗମରେ ବସୁଧା ଧୋକା। ଆଜିବି ଚୁଆ ଭରସାରେ ଅଞ୍ଚଳବାସୀ। ଜଙ୍ଗଲୀ ନାଳର ଚୁଆ ପାଣି କଛାରପଡାବାସୀଙ୍କ ଏକମାତ୍ର ଭରସା।  ଦୁର୍ଗମରେ ବସୁଧା ଯୋଜନା ସାତ ସପନ। ଏ ହେଉଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବଣ ପାହାଡ଼ ଘେରା ଘାଟମାଲ ପଞ୍ଚାୟତର କଛାରପଡା l ଗାଁରେ ଉତ୍କଟ ପାନୀୟ ଜଳର ସମସ୍ୟା l ଏଠି କାହିଁ କେତେ ବର୍ଷ ରୁ ବସବାସ କରୁଛନ୍ତି 20 ରୁ ଉର୍ଦ୍ଧ ଆଦିବାସୀ ପରିବାର l ଜଙ୍ଗଲୀ ନାଳର ଚୁଆଁ ପାଣି ଉପରେ ଭରସା କରୁଛନ୍ତି ଏଠାର ଅଞ୍ଚଳବାସୀ। ବାରମ୍ବାର ଅଭିଯୋଗ ସତ୍ୱେ ମିଳୁନୀ ପାନୀୟ ଜଳର ସୁବିଧା l ବନ୍ୟ ଜନ୍ତୁ ଡରରେ ଗାଁର ମହିଳା ମାନେ ଏକଜୁଟ ହୋଇ ପାଣି ପାଇଁ ନାଳକୁ ଯାନ୍ତି l ଘଞ୍ଚ ଜଙ୍ଗଲ ଭିତରେ ଡରି ଡରି ନିତି ପାଣି ପାଇଁ ସଂଘର୍ଷ କରିବାକୁ ପଡେ l ନାଳ ଭିତରେ ଚୁଆ ଖୋଳି ଗରା ମାଠିଆ ରେ ପାଣି ଆଣନ୍ତି କଛାରପଡା ବାସି l

ଗାଁ ନିକଟସ୍ଥ ତାଳକୋଟରେ ବସୁଧା ଯୋଜନାରେ ପାଣି ଟାଙ୍କି ରହିଛି । କିନ୍ତୁ ଆଜି ଯାଏ କଛାରପଡାକୁ ସଂଯୋଗ ହୋଇନୀ ପାଇପ l ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଉଦାସୀନତା ଯୋଗୁଁ ବସୁଧାରୁ ମିଳୁନୀ ପାଣି l ବର୍ଷ ବର୍ଷ ଧରି ଜଙ୍ଗଲୀ ନାଳ ଉପରେ ଭରସା କରୁଛନ୍ତି ଦୁର୍ଗମ ବାସି ।  24 ବର୍ଷର ଶାସନ ମଧ୍ୟରେ ଠିକାଦାର ପୋଷାରେ ସିମିତ ରହିଗଲା ବିକାଶ। ଏବେବି ଦୁର୍ଗମ ବାସୀଙ୍କ ପାଇଁ ସ୍ୱଚ୍ଛ ପାଣି ସାତ ସପନ। ଯଥାଶୀଘ୍ର କଛାରପଡାରେ ପାନୀୟ ଜଳର ସୁବିଧା କରିବାକୁ  ନିବେଦନ କରିଛନ୍ତି ଗ୍ରମାବାସୀ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ବିଜେଡି ନିର୍ବାଚନୀ
ବିଜେଡି ନିର୍ବାଚନୀ ଟଙ୍କାରେ ଆକାଶରେ ଉଡୁଥିଲେ ପାଣ୍ଡିଆନ
ଅର୍ଗସ ବ୍ୟୁରୋ: ନିର୍ବାଚନରେ ପାଣି ଭଳି ଟଙ୍କା ବୁହାଇଥିଲା ବିଜେଡି । ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଦାଖଲ କରିଥିବା ରିପୋର୍ଟରୁ ଆସିଛି ଆଖି ଖୋସି ଦେବା ଭଳି ରିପୋର୍ଟ । ରିପୋର୍
କାଠ ଆଣିବାକୁ
କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର
ଅର୍ଗସ ବ୍ୟୁରୋ: ଜଙ୍ଗଲରେ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ପରେ ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବା
ଆବାସ ଗୃହ
ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର
ଅର୍ଗସ ବ୍ୟୁରୋ: ଖିଲାପ କଲେ କ୍ଷମା ନାହିଁ, ଭଲ କାମ କଲେ ପୁରସ୍କାର। ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର। ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼