ପ୍ରଚାର ବେଳେ କଲବଲ କରିବ ତାତି
by Argus News
Tue, Apr 02 | 11:10 a.m.

ଅର୍ଗସ ବ୍ୟୁରୋ:  ଏବର୍ଷ ନିର୍ବାଚନ ବେଳେ ଅସହ୍ୟ ହେବ ତାତି । ପ୍ରଚାର ବେଳେ କଲବଲ କରିବ ତାତି । ଅସହ୍ୟ ତାତିରେ ସିଝିବ ଅନେକ ରାଜ୍ୟ । ବିଶେଷ କରି ଓଡିଶାରେର ଅପ୍ରେଲ ମାସରେର ସ୍ବାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ଏବର୍ଷ ଏପ୍ରିଲରେ ୩ରୁ ୮ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ପୂର୍ବରୁ ଏପ୍ରିଲ ମାସରେ ହାରାହାରି ୧ରୁ ୩ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିଲା ।

ଅପ୍ରେଲରୁ ଜୁନ ମଧ୍ୟରେ ସ୍ବାଭାବିକ ତୁଳନାରେ ୬ ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ର ଅବଧି ଅନୁଭୂତ ହେବାର ଆଶଙ୍କା ରହିଛି । ତେଲେଙ୍ଗନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନରେ ହିଟ୍ ଓ୍ବଭ୍ ଅନୁଭୂତ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଇଏମଡି । ଶକ୍ତି, ସ୍ବାସ୍ଥ୍ୟ, କୃଷି, ଶ୍ରମ ଓ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏନେଇ ପ୍ରସ୍ତୁତି କରାଯାଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାଜ୍ୟରେ ଲାଗୁ ହେବ
24m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର