ପରଟାରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ
by Argus News
Tue, Oct 08 | 11:22 a.m.

ଅର୍ଗସ ବ୍ୟୁରୋ:  ବିଶ୍ୱାସ ରେ ଭଗବାନ। ଖାଇବା ପରଟାରେ ପ୍ରଭୁ ଜଗନ୍ନାଥ। ପରଟା ରେ ପ୍ରଭୁ ଜଗନ୍ନାଥଙ୍କ ଗୋଲ ଗୋଲ ଆଖି ସହିତ ମୟୁର ଚୁଳିଆ ଜଟ । ସତେ ଯେମିତି ଜଗତର ନାଥ ଜଗନ୍ନାଥ ପରଟାରେ ଦର୍ଶନ ଦେଉଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ସହରର ଖନ୍ଦାଢିପ ସାହିର ଚିରସ୍ମିତା ସ୍ୱାଇଁ ଙ୍କ ଘରେ। ଆଜି ସକାଳେ ଚିରସ୍ମିତା ସ୍ୱାଇଁ ନିଜର ପରିବାର ଙ୍କ ପାଇଁ ପରଟା କରିଥିଲେ ,ପରଟା ପରିବାର ଲୋକଙ୍କୁ ଖାଇବାକୁ ଦେଲା ପରେ ସେ ନିଜେ ଖାଉଥିଲେ ,ଗୋଟିଏ ପରଟା ଖାଇବା ପରେ ଏହି ସମୟରେ ସେ ପରଟା ରେ ଦେଖିଥିଲେ ପ୍ରଭୁ ଜଗନ୍ନାଥ ଦର୍ଶନ ଦେଉଛନ୍ତି।

ଏହା ପରେ ସାରା ପରିବାର ଲୋକ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପୂଜକ ଙ୍କୁ ଖବର ଦେଇଥିଲେ ପରେ ଠାକୁର ଘରେ ପରଟାକୁ ରଖି ପୂଜାର୍ଚ୍ଚନା କରିଥିଲେ। ପରଟା ରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପରେ ଭାବବିହୁଳ ସାରା ପରିବର। ଘରେ ଆଧ୍ୟାତ୍ମିକ ପରିବେଶ। ଘରେ ଏବେ ପୂଜାର ମାହୋଲ, ଘରକୁ ଆସୁଛନ୍ତି ଭକ୍ତ ମାନେ ଦର୍ଶନ କରିବାକୁ I

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆସନ୍ତାକାଲି
16m ago
ଆସନ୍ତାକାଲି ୧୨ଟା ପୂର୍ବରୁ ଆସିବ ସୁଭଦ୍ରା ଟଙ୍କା
ଅର୍ଗସ ବ୍ୟୁରୋ: ଦିନ ୧୨ଟା ପୂର୍ବରୁ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା । ହିତାଧିକାରୀଙ୍କ ଆକାଉଣ୍ଟକୁ ପଇସା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନ
ବିଜେପିର ବାଜିମାତ୍
ହରିୟାଣାରେ ବିଜେପିର ବାଜିମାତ୍
ଅର୍ଗସ ବ୍ୟୁରୋ: ପୁଣି ଧର୍ମେନ୍ଦ୍ରଙ୍କ ମ୍ୟାଜିକ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ହରିୟାଣାରେ ବହୁମତ ମୁହାଁ ବିଜେପି । ଯେଉଁଥିପାଇଁ କେନ୍ଦ୍ରମନ୍ତ୍ରୀଙ୍
୧୦୦ କିଲୋର
୧୦୦ କିଲୋର ଜଲେବି ଅର୍ଡର କଲା ବିଜେପି
ଅର୍ଗସ ବ୍ୟୁରୋ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳରେ ଟ୍ରେଣ୍ଡରେ ହ୍ୟାଟ୍ରିକ ଦେଖି ବିଜେପି ୧୦୦ କିଲୋଗ୍ରାମ ଜଲେବି ଅର୍ଡର କରିଥିବା ଜଣାପଡିଛି। ହରିୟାଣାରେ ଏପର୍ଯ୍ୟନ୍ତ ଟ୍ରେଣ୍