ଭୋଟ୍ ପୂର୍ବରୁ ସିଏମଓ ଉପରେ ନିର୍ବାଚନ କମିଶନଙ୍କ ବଡ଼ ପ୍ରହାର
by Argus News
Wed, May 29 | 2:18 p.m.

ଅର୍ଗସ ବ୍ୟୁରୋ:  ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ସିଏମଓ ଉପରେ ନିର୍ବାଚନ କମିଶନଙ୍କ ବଡ଼ ପ୍ରହାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଡି.ଏସ୍. କୁଟ୍ଟେ ସସପେଣ୍ଡ । ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ ଅଭିଯୋଗରେ ନିଲମ୍ବନ କଲେ ଜାତୀୟ ନିର୍ବାଚନ କମିଶନ । ଆଜି ଅପରାହ୍ନ 3ଟା ସୁଦ୍ଧା ନୂଆଦିଲ୍ଲୀସ୍ଥିତ ଆବାସିକ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ । ସେପଟେ ବରିଷ୍ଠ IPS ଅଫିସର ଆଶିଷ ସିଂଙ୍କର ହେବ ମେଡିକାଲ ଟେଷ୍ଟ । ମେଡିକାଲ ଲିଭ୍‌ରେ ଥାଇ ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ ସଂଗୀନ ଅଭିଯୋଗ ।

ଏହି ଘଟଣାକୁ ନିନ୍ଦା କରିଛନ୍ତି କଟକ ବିଜେପି ସାଂସଦ ପ୍ରାର୍ଥୀ  ଭର୍ତ୍ତୃହରି ମହତାବ। ଏଭଳି ଘଟଣା ଅତି ଗୁରୁତର କଥା। ଯେଉଁ ସରକାରୀ ଅଧିକାରୀ ମାନେ କ୍ଷମତା ର ଅପବ୍ୟବହାର କରିଛନ୍ତି ସେମାନେ କେହି ବର୍ତ୍ତିବେ ନାହିଁ। ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି  ଭର୍ତ୍ତୃହରି । ସେଭଳି ପାଣ୍ଡିଆନଙ୍କୁ କାଉଣ୍ଟର କରି କହିଛନ୍ତି ଯିଏ ଯେଉଁ ପ୍ରକୃତିର ସେ ସେଇ ପ୍ରକୃତିର ଲୋକକୁ ସମର୍ଥନ କରେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ରାଜ୍ୟରେ ଲାଗୁ ହେବ
23m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର