ସମୋଗଲୁ, ଜନସନ ଓ ଜେମ୍ସ ରବିନ୍ସନଙ୍କୁ ମିଳିବ ଅର୍ଥଶାସ୍ତ୍ରରେ ନୋବେଲ
by Argus News
Mon, Oct 14 | 5:38 p.m.

ଅର୍ଗସ ବ୍ୟୁରୋ: ତିନି ଅର୍ଥଶାସ୍ତ୍ରୀଙ୍କୁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । 2024 ବର୍ଷ ପାଇଁ ଆର୍ଥିକ ବିଜ୍ଞାନରେ ଡାରୋନ ଏସମୋଗଲୁ, ସାଇମନ ଜନସନ ଓ ଜେମ୍ସ ଏ ରବିନ୍ସନଙ୍କୁ ମିଳିବ ସର୍ବୋଚ୍ଚ ସମ୍ମାନ । 

ପୂର୍ବରୁ  ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଦକ୍ଷିଣ କୋରିଆର ସାହିତ୍ୟିକା ହାନକାଙ୍ଗ୍ ପାଇବେ ନୋବେଲ ପୁରସ୍କାର । 1970 ମସିହା ଦକ୍ଷିଣ କୋରିଆର ଗୁଆଙ୍ଗଜୁ ସହରରେ ଜନ୍ମଗ୍ରହଣ କରିଥିଲେ ହାନକାଙ୍ଗ । ତାଙ୍କ ପିତା ଜଣେ ପ୍ରତିଷ୍ଠିତ ଔପନାସିକ ଥିବାବେଳେ ସେ ଲେଖା ବ୍ୟତୀତ, ନିଜକୁ କଳା ଏବଂ ସଙ୍ଗୀତ ପ୍ରତି ମଧ୍ୟ ଉତ୍ସର୍ଗ କରିଛନ୍ତି । 

୨୦୨୪ ନୋବେଲ ପୁରସ୍କାର ପାଇଁ ଗତ ସୋମବାରଠାରୁ ଘୋଷଣା ଆରମ୍ଭ ହୋଇଛି ଏବଂ ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରି ରୁଭକୁନ୍ ମେଡିସିନ୍ ପୁରସ୍କାର ଜିତିଛନ୍ତି। ମେସିନ୍ ଲର୍ଣ୍ଣିଂର ଦୁଇ ପ୍ରତିଷ୍ଠାତା ଜନ୍ ହପ୍‌ଫିଲ୍ଡ ଓ ଜେଫ୍ରି ହିଣ୍ଟନ୍ ପଦାର୍ଥବିଜ୍ଞାନ ପୁରସ୍କାର ଜିତିଛନ୍ତି। 

ସେହିପରି ଆମେରିକୀୟ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନଙ୍କୁ  ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ଦିଆଯିବ ।  ଉଭୟଙ୍କୁ ମାଇକ୍ରୋ ଆରଏନଏର ସନ୍ଧାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ। ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ଏହି ପୁରସ୍କାର ପାଇବେ।

ମୋହନ ମାଝୀ
8m ago
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ
BJD POLITICS
17m ago
24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢୁଛି ଅସନ୍ତୋଷ
ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍
ଦାଦନ ସମସ୍ୟା
52m ago
ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା
ଅର୍ଗସ ବ୍ୟୁରୋ: ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା । ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ସରକାର ଏକ ଟାସ୍କଫୋର୍ସର ଗଠନ କରିଛନ୍ତି । ଦାଦ