24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢୁଛି ଅସନ୍ତୋଷ
by Argus News
Mon, Oct 14 | 8:27 p.m.

ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍ବ କାହା ହାତରେ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଲେଲିନ କହିଛନ୍ତି, ଅମର ଶତପଥୀଙ୍କୁ ଯଦି ଦଳରେ ଅଣନିଶ୍ଵାସୀ ଲାଗୁଛି ତାହାଲେ ସେ ଦଳ ଛାଡ଼ି ପଳାନ୍ତୁ । ନିଜ ପୁତୁରାକୁ ତ ବିଜେପି ଦଳକୁ ଛାଡିଛନ୍ତି । ଏବେ ସେହି ପଦାଙ୍କ ଅନୁସରଣ କରି ଯାଆନ୍ତୁ ।

ଯେଉଁ ମାନେ ନିନ୍ଦୁକ ଅଛନ୍ତି ସେମାନେ ଦଳ ଛାଡି ଚାଲିଗଲେ ବିଜେଡ଼ିର ଟଙ୍କାକର ବି କ୍ଷତି ହେବନି ବୋଲି ଲେଲିନ ମହାନ୍ତି କହିଛନ୍ତି । ହେଲେ ଏଠି ପ୍ରଶ୍ନ ଯେ, ମୁଖପାତ୍ର ଲେଲିନ ମହାନ୍ତି ବରିଷ୍ଠ ନେତା ଅମର ଶତପଥୀଙ୍କୁ କହିଥିବା ଶବ୍ଦ ଗୁଡ଼ିକ ତାଙ୍କର ନା ପାଣ୍ଡିଆନଙ୍କର ? ଏବେ ବି ବିଜେଡ଼ିକୁ ପ୍ରଚ୍ଛଦପଟ୍ଟରେ ରହି ଚଳାଉଛନ୍ତି କି ତାମିଲ ବାବୁ ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ଲେଲିନ ମହାନ୍ତି ଦଳର ଜଣେ ଯୁବ ମୁଖପାତ୍ର । ହେଲେ ଅମର ଶତପଥୀ ପୂର୍ବତନ ମନ୍ତ୍ରୀ ତଥା ଛଅ ଛଅ ଥରର ବିଧାୟକ । 

ସେପଟେ ଲେଲିନଙ୍କ ବୟାନ ପରେ ବିଜେଡ଼ିର ପୋଲ ଖୋଲିଛନ୍ତି ବରିଷ୍ଠ ନେତା ଅମର ଶତପଥୀ । କହିଛନ୍ତି, ଯେଉଁ ନବୀନଙ୍କ ନେତୃତ୍ୱରେ ବିଜେଡ଼ି ଗଠନ ହୋଇଥିଲା ସେ ଦଳରେ ଆଉ ନବୀନଙ୍କ କଥାରେ କିଛି ହେଉନି । ଯାହାକୁ ନେତା ଓ କର୍ମୀ ଗ୍ରହଣ କରିପାରୁନାହାନ୍ତି । ଲେଲିନ ମୋତେ ପରାମର୍ଶ ନଦିଅନ୍ତୁ । ଲେଲିନଙ୍କ ଅପରିପକ୍ବତା ଉପରେ ମୋତେ ଦୟା ଆସୁଛି ବୋଲି କହିଛନ୍ତି ଅମର । ଏହାସହ ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ । ସଦସ୍ୟତା ନବୀକରଣ କରିନାହିଁ ବୋଲି କହିଛନ୍ତି ଅମର ଶତପଥୀ । ତେବେ ବିଜେଡ଼ିରେ ବଢୁଥିବା ବୟାନବାଜି ଓ ଅନ୍ତଃକନ୍ଦଳ ଉପରେ ମତ ରଖିଛନ୍ତି ରାଜନୈତିକ ବିଶେଷଜ୍ଞ । 

ଅନ୍ୟପଟେ କାରଣ ଦର୍ଶାଅ ନୋଟିସକୁ ନେଇ ବିଜେଡି କର୍ପୋରେଟର ଅମରେଶ ଜେନା ଦେଇଛନ୍ତି ବଡ଼ ବୟାନ । ନାଁ ନନେଇ ଭୁବନେଶ୍ଵରର ଦୁଇ ବରିଷ୍ଠ ବିଜେଡ଼ି ନେତାଙ୍କୁ ଟାର୍ଗେଟ କରିଛନ୍ତି ଅମରେଶ । କହିଛନ୍ତି, ବିଜେଡିରେ ଦୁଇ ଜଣ ଆକ୍କା ବସିଛନ୍ତି । ରିମୋଟ ଧରି ବିଭିନ୍ନ ପଦରେ ଥିବା ଲୋକଙ୍କୁ ଧମକ ଦେଉଛନ୍ତି । 24 ନିର୍ବାଚନରେ ଟିକେଟ ପାଇଁ ଆମେ ଆଶାୟୀ ଥିଲୁ ବୋଲି ଆମ ଉପରେ ଅତ୍ୟାଚାର କରାଯାଉଛି । 

ଆହୁରି ପଢନ୍ତୁ ରାଜନୀତି ଖବର...

CANADA
ହରଦୀପ ସିଂହ ନିଜ୍ଜର ମାମଲା; କାନାଡ଼ାକୁ ଭାରତର ଦୃଢ଼ ଜବାବ
ଅର୍ଗସ ବ୍ୟୁରୋ: କାନାଡ଼ାକୁ ଭାରତର ଦୃଢ଼ ଜବାବ । ହରଦୀପ ସିଂହ ନିଜ୍ଜର ମାମଲାରେ କାନାଡ଼ା ପିଏଙ୍କ ବୟାନକୁ ତୀବ୍ର ବିରୋଧର କରିବା ସହ ଭାରତ କାନାଡ଼ା ହାଇ କମିଶନରଙ୍କୁ ରିପୋର୍ଟ ତଲବ କରିଛି
ଚିରାଗ ପାସୱାନ
ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା
ଅର୍ଗସ ବ୍ୟୁରୋ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଚିରାଗଙ୍କ ସୁରକ୍ଷା ପାଇ
ମୋହନ ମାଝୀ
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ