ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କାଦମାୱାଲାଙ୍କ ଘରେ ଓ କାର୍ଯ୍ୟାଳୟରେ ଇଡି ରେଡ୍
by Argus News
Fri, Mar 01 | 2:41 p.m.

ଅର୍ଗସ ବ୍ୟୁରୋ : ରାଜ୍ୟରେ ବଡ଼ ଧରଣର ଇଡି ରେଡ୍ । ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କାଦମାୱାଲାଙ୍କ ଘରେ ଓ କାର୍ଯ୍ୟାଳୟରେ ଇଡି ରେଡ୍ । ରାଉରକେଲା କଚେରି ରୋଡରେ ଥିବା ଦୁଇଟି କାର୍ଯ୍ୟାଳୟ, ଵିଶ୍ରା  ଡାହାରରେ ଥିବା ଘର, ବଡବିଲ ସହ ଭୁବନେଶ୍ବରରେ ଚାଲିଛି ଚଢାଉ । 

ଅଜୟ କାଦମାୱାଲା ନିଜର ବ୍ୟବସାୟରେ ଅର୍ଥ ଅନିୟମିତତା ସହ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ଅର୍ଥ ହେରଫେର କରିବା ପାଇଁ ପ୍ରସ୍ତୁତ କରୁଥିଲେ ଆଇନର ଫାଙ୍କା ରାସ୍ତା । ଯାହାକୁ ନେଇ ଇଡି ମାରିଛି ଛପା । ପାଞ୍ଚଟି ସ୍ଥାନରେ ଇଡିର ପାଞ୍ଚଟି ଟିମ୍ ଏକକାଳୀନ ରେଡ କରିଥିବା ବେଳେ ରେଡରେ ସାମିଲ ଅଛନ୍ତି 20ରୁ ଅଧିକ ଅଧିକାରୀ । ସୁରକ୍ଷାକୁ ଆଖି ଆଗରେ ରଖି ରେଡରେ ସିଆରପିଏଫ୍ ସାମିଲ କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ଦୀପକ ଗୁପ୍ତାଙ୍କ ବଡ଼ବିଲ ସ୍ଥିତ ଘର ଏବଂ କାର୍ଯ୍ୟାଳୟରେ ଇଡି ରେଡ୍ କରିଛି । ଖଣି ଦୁର୍ନୀତି ସମ୍ପର୍କୀତ ମାମଲାରେ ଚଢ଼ାଉ ହେଉଥିବା ସୂଚନା । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରେକର୍ଡ ଯାଞ୍ଚ କରୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌ । ଉଲିବୁରୁ ଖଣିରେ ୧,୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ୨୦୧୩ ସେପ୍ଟେମ୍ବରରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ