ବିଜେଡିକୁ ନିର୍ବାଚନ କମିଶନଙ୍କ ଛାଟ
by Argus News
Wed, Feb 28 | 9:50 p.m.

ଅର୍ଗସ ବ୍ୟୁରୋ : ବିଜେଡିକୁ ନିର୍ବାଚନ କମିଶନଙ୍କ ଛାଟ । ଦଳୀୟ ଚିହ୍ନ ଶଙ୍ଖକୁ ସରକାରୀ ବିଜ୍ଞାପନରେ ଉପଯୋଗ କରିବା ଶାସକ ବିଜେଡିକୁ ମହଙ୍ଗା ପଡ଼ିଛି। ଆଜି ନିର୍ବାଚନ କମିଶନ କଡ଼ା ଆଭିମୁଖ୍ୟ ପୋଷଣ କରି ଉଭୟ ଓଡ଼ିଶା ସରକାର ଓ ବିଜେଡିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟୀକରଣ ରଖିବାକୁ ଉଭୟ ରାଜ୍ୟ ସରକାର ଓ ବିଜେଡିକୁ ତାଗିଦ୍ କରାଯାଇଛି । 

ସାଧାରଣ ଲୋକଙ୍କ ଟିକସ ଅର୍ଥରେ କ୍ଷମତାସୀନ ବିଜେଡି ସରକାର ଶଙ୍ଖ ଚିହ୍ନ ରଖି କୋଟି କୋଟି ଟଙ୍କାର ବିଜ୍ଞାପନ ଦେଉଥିବାକୁ ଗୁରୁତ୍ୱର ସହ ନେଇଛନ୍ତି। ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ କମିଶନଙ୍କ ଏଭଳି ଆଭିମୁଖ୍ୟ ଶାସକ ବିଜେଡିକୁ ଅଡ଼ୁଆରେ ପକାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ବିଜେଡି ସରକାର ଗତ ପ୍ରାୟ ଦୁଇମାସରୁ ଅଧିକ ସମୟ ଧରି ନିୟମିତ ଭାବେ ସମ୍ବାଦପତ୍ର, ଟିଭି ଚ୍ୟାନେଲ, ରାଜ୍ୟ ପରିବହନ ନିଗମର ବସ୍ ଏବଂ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ମାରିଛନ୍ତି । ଏଥିପାଇଁ ରାଜ୍ୟ ରାଜକୋଷରୁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ ହୋଇଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ