ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା, ଇଭିଏମ୍ ଖୋଲିଦେଲେ ପୋଲିଂ ପାର୍ଟି ଅଧିକାରୀ
by Argus News
Sun, May 26 | 12:31 p.m.

ଅର୍ଗସ ବ୍ୟୁରୋ:  ରାଜ୍ୟ ସାରା ନିର୍ବାଚନୀ ହିଂସା । କଟକ ତିଗିରିଆ ଭୋଗଡା ପଞ୍ଚାୟତ ବେଲଅଣ୍ଟା ଗାଁରେ ବିଳମ୍ବତି ରାତିରେ ବୋମାମାଡ଼ । ଗାଁରେ ବିଜେଡି କର୍ମୀ 15ରୁ ଊର୍ଦ୍ଧ୍ବ ବୋମାମାଡ଼ କରିଥିବା ଅଭିଯୋଗ । ଏଥରେ ଗାଁର ବଳିଆ ନାୟକ ଗୁରୁତର ହୋଇଛନ୍ତି ।ସେପଟେ ବ୍ରହ୍ମଗିରି ବ୍ଲକ ଗୋପ ୧୪୬ ବୁଥରେ ପୋଲିଂ ଅଧିକାରୀଙ୍କ ମନମାନୀ । ଭୋଟିଂ ସରିବା ପରେ ଏଜେଣ୍ଟଙ୍କ ଦସ୍ତଖତ ନନେଇ ମତଦାନ କେନ୍ଦ୍ରରେ ଇଭିଏମ୍ ଖୋଲିଦେଲେ ପୋଲିଂ ପାର୍ଟି ଅଧିକାରୀ ।

ସେହିପରି ଆଠଗଡ଼ ଗୁଣ୍ଡିଚାପୁରରେ କଣ୍ଟ୍ରୋଲ ରୁମ୍ ନେବା ବଦଳରେ ଇଭିଏମକୁ କମ୍ପ୍ୟୁଟର କୋଚିଂ ସେଣ୍ଟର ନେଇ  ଖୋଲି ପ୍ରିଜାଇଡିଂ ଅଫିସର ଅନିରୁଦ୍ଧ ସେନାପତି ହେରଫେର କରିଥିବା ଅଭିଯୋଗ । କଟକ ଏଡିଏମ୍ ଅନିରୁଦ୍ଧ ସେନାପତିଙ୍କୁ ସସପେଣ୍ଡ କରିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଅନ୍ୟପଟେ ରେଢ଼ାଖୋଲ କଦଳୀଗଡ ପଞ୍ଚାୟତର ୧୬୫ ନଂ ବୁଥରେ ମତଦାନ କେନ୍ଦ୍ରକୁ ପଥର ମାଡ଼ ହୋଇଛି । ସମ୍ବଲପୁର ଜମନକିରାରେ ବିଜେଡି ନେତାଙ୍କ ଗୁଣ୍ଡାଗିରି । ବିଜେଡି ଉପସଭାପତି ଶୁଭ୍ରଜିତ ଖୁଣ୍ଟିଆଙ୍କ ସମେତ 10ରୁ 12 ଜଣ ବିଜେଡି କର୍ମୀ ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ